Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବିଜେପିର ମିଶନ ତେଲେଙ୍ଗାନା : ଶନିବାରଠୁ ହାଇଦ୍ରାବାଦରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

2/07/2022 at 9:14 AM

ନୂଆଦିଲ୍ଲୀ ୦୨/୦୭: ଶନିବାରଠୁ ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ବରିଷ୍ଠ ନେତା ଯୋଗଦେବେ । ବୈଠକ ଏହି ସମୟରେ ହେଉଛି ଯେତେବେଳେ ପଡୋଶୀ ମହାରାଷ୍ଟ୍ରରେ ବିଜେପି ସରକାରକୁ ଫେରିଛି । ତେବେ ବୈଠକର ମୁଖ୍ୟ ଫୋକସ୍ ରହିବ ୨୦୨୪ ଲୋକସଭା ନିର୍ବାଚନ ଓ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ । ହାଇଦ୍ରାବାଦରେ ଦୀର୍ଘ ୧୮ ବର୍ଷ ପରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆୟୋଜନ ପଛରେ ବିଜେପିର ମିଶନ ତେଲେଙ୍ଗାନା ଥିବା କୁହାଯାଉଛି ।

ଦୁଇ ଦିବସୀୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ଶୁକ୍ରବାର ସନ୍ଧ୍ୟାରେ ହିଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ହାଇଦ୍ରାବାଦରେ ପହଁଚିଥିଲେ । ଏହାପରେ ଦଳ ପକ୍ଷରୁ ରୋଡ୍ ସୋ କରାଯାଇ ଶକ୍ତି ପ୍ରଦର୍ଶନ କରାଯାଇଥିଲା  । ତେବେ ଦଳର ଏହି ବୈଠକରେ ୩୦୦ରୁ ଅଧିକ ନେତା ସାମିଲ ହେବେ । ଶନିବାର ଓ ରବିବାର ବୈଠକ ପରେ ପ୍ରଧାନମନ୍ତ୍ରୀ ଏଖ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ବିଜେପିର ଫୋକସରେ ତେଲେଙ୍ଗାନା

ବିଜେପି ଦେଶର ଦକ୍ଷିଣ ପ୍ରାନ୍ତରେ ଏବେ ନିଜର ଦବଦବା ଜାହିର କରିବାକୁ ଚାହୁଁଛି । ଆସନ୍ତା ବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ରହିଛି । ଟିଆରଏସକୁ ମାତ୍ ଦେବା ଲକ୍ଷ୍ୟରେ ଦଳ ରହିଛି । ପୂର୍ବରୁ ହାଇଦ୍ରାବାଦ ମ୍ୟୁନିସିପାଲଟିରେ ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା ।

ବିଜେପି ମହାସଚିବ ତରୁଣ ଚୁଘ୍ କହିଛନ୍ତି ଯେ, ତେଲେଙ୍ଗାନାରେ କେସିଆର ସରକାରର ଏବେ ଓଲଟା ଗଣତି ଆରମ୍ଭ ହୋଇଯାଇଛି । କେସିଆର ମୁଖ୍ୟମନ୍ତ୍ରୀ ଆସନରେ ୩ ହଜାରରୁ ଅଧିକ ଦିନ ବସିଲେଣି । ଏବେ ଏହା ଶେଷ ହେବାର ସମୟ ଆସିଛି । ଦଳ ତେଲେଙ୍ଗାନାର ୧୧୯ ଆସନରେ ନିଜ କର୍ମୀଙ୍କୁ ପଠାଇ ଦଳକୁ ଶକ୍ତିଶାଳୀ କରୁଥିବା ସେ କହିଛନ୍ତି ।

   Related Posts