ବିଜେପିର ମିଶ୍ରଣ ପର୍ବ : ପଦ୍ମ ଧରିଲେ ଅନ୍ୟ ଦଳର ବହୁ କର୍ମୀ
11/09/2022 at 12:01 PM

ନୀଳଗିରି, ୧୧|୦୯: ବିଜେପିର ମିଶ୍ରଣ ପର୍ବ । ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଔପଦା ବ୍ଲକ ଅଧୀନସ୍ଥ କାଣ୍ଡଗରଡି ଗ୍ରାମ ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କାଣ୍ଡଗରଡି ଠାରେ ଆୟୋଜିତ ସମାବେଶରେ ନୀଳଗିରିର ବିଧାୟକ ସୁକାନ୍ତ କୁମାର ନାୟକ, କାଣ୍ଡଗରଡି ପଞ୍ଚାୟତର ସମିତି ସଭ୍ୟ ତଥା ଇଶ୍ୱରପୁର ସେବା ସମବାୟ ସମିତିର ସଭାପତି ଭାଗବତ ଖିଲାର, ପଞ୍ଚାୟତ ସରପଞ୍ଚ ରାଜେନ୍ଦ୍ର ରାଉତ, ସମାଜସେବୀ ମାନସ ପରିଡ଼ା ଏବଂ ମହେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।
ବିଧାୟକ ସୁକାନ୍ତ କୁମାର ନାୟକଙ୍କ ଅନେକ ଉନ୍ନତ୍ତିମୂଳକ କାମ ଏବଂ ଦୀର୍ଘ ଦିନର ନିଃସ୍ୱାର୍ଥପର ଲୋକସେବାକୁ ଦୃଷ୍ଟିରେ ରଖି କାଣ୍ଡଗରଡି ପଞ୍ଚାୟତ ଅଧୀନସ୍ଥ ବାରୁଦଖାନା ଗ୍ରାମରୁ ବହୁ କର୍ମୀ ବିଭିନ୍ନ ଦଳରୁ ଆସି ବିଜେପିରେ ଯୋଗ ଦେଇଛନ୍ତି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶ ମାତୃକା ପ୍ରତି ଥିବା ଅନେକ ଉନ୍ନତ୍ତିମୂଳକ କାର୍ଯ୍ୟ ତଥା ନୀଳଗିରି ବିଧାୟକଙ୍କ ନିଃସ୍ୱାର୍ଥପର ଭାବ, ସେବା ଓ ସହଯୋଗରେ ସେମାନେ ଖୁସି ହେଇ ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ବାରୁଦଖାନା ଗ୍ରାମର ମଧୁସୂଦନ ଜେନା, ହରିଶ୍ଚନ୍ଦ୍ର ଗିରି, ମହେନ୍ଦ୍ର ଗିରି, ଗଙ୍ଗାଧର ଜେନା, ଦିବାକର ବେହେରା, ବିଦ୍ୟାଧର ଗିରି, ଶରତ ଚନ୍ଦ୍ର ନାୟକ ଅନ୍ୟ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ସମିତିସଭ୍ୟ ଭାଗବତ ଖିଲାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ମିଶ୍ରଣ ପର୍ବକୁ ପଞ୍ଚାୟତ ସରପଞ୍ଚ ରାଜେନ୍ଦ୍ର ରାଉତ ଓ ମାନସ ପରିଡ଼ା ପରିଚାଳନା କରିଥିଲେ।