ବିହାରରେ ନୂଆ ସରକାରଙ୍କ ଶପଥ ପାଠ ସହ ବିଜେପି ମନ୍ତ୍ରୀମାନଙ୍କ ସରକାରୀ ଆବାସ ନେମପ୍ଲେଟ୍ ରୁ ହଟିଲା ପଦବୀ

Published By : Prameya-News7 Bureau | August 10, 2022 IST

ପାଟନା ୧୦।୮: ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ଭାଙ୍ଗିଛି। ନୀତୀଶ କୁମାର ଆରଜେଡି, କଂଗ୍ରେସ, ବାମଦଳ ଓ ହିନ୍ଦୁସ୍ତାନ ଆବାମୀ ମୋର୍ଚ୍ଚା ସହ ମେଣ୍ଟ କରି ନୂଆ ସରକାର ଗଠନ କରିଛନ୍ତି। ଫଳରେ ମାତ୍ର କିଛି ଘଣ୍ଟାରେ ବିଜେପି ମନ୍ତ୍ରୀମାନଙ୍କର ଭାଗ୍ୟ ଓଲଟି ଯାଇଛି। ଏଣୁ ସରକାରୀ ଆବାସମାନଙ୍କରେ ମନ୍ତ୍ରୀ ସେମାନଙ୍କ ନେମପ୍ଲେଟରେ କେଉଁଠି ପୂର୍ବ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ତ ଆଉ କେଉଁଠି ପଦପଦବୀ ଉପରେ ଅଠା ଲଗାଇ ଧଳା କାଗଜ ଚିପକାଇ ଦେଇଛନ୍ତି।

{"id":669006,"width":839,"height":423,"sizeSlug":"full","linkDestination":"none"}

ଉପମୁଖ୍ୟମନ୍ତ୍ରୀ ତାରକିଶ୍ୱର ପ୍ରସାଦଙ୍କ ସରକାରୀ ବାସଭବନରେ ଲାଗିଥିବା ନାମ ଫଳକରେ ନାମ ରହିଛି ତେବେ ପଦବୀ ଆଗରେ ପୂର୍ବତନ ଲେଖିକି ଲଗାଇଛନ୍ତି। ମନ୍ତ୍ରୀ ନୀରଜ କୁମାର ବବଲୁଙ୍କ ନେମପ୍ଲେଟ୍‌ର ପଦବୀ ସ୍ଥାନରେ ଧଳା କାଗଜ ଲଗାଇ ଦିଆଯାଇଥିବା ବେଳେ ଜେଡିୟୁ ମନ୍ତ୍ରୀ ଶୀଲା କୁମାରୀ ଓରଫ ଶିଲା ମଣ୍ଡଳ ମନ୍ତ୍ରୀମଣ୍ଡଳ ବଦଳିବାକୁ ଯାଉଥିବାରୁ ତାଙ୍କ ପଦବୀରେ ଧଳାକାଗଜ ଘୋଡାଇ ଦେଇଛନ୍ତି।

ତେବେ ବିଜେପି ମନ୍ତ୍ରୀ ଆଲୋକ କୁମାର ଝା ଏପର୍ଯ୍ୟନ୍ତ ତାଙ୍କ ନାମ ଫଳକରୁ ପଦବୀ ହଟାଇ ନାହାନ୍ତି। କେବଳ ଡା. ଝା ନୁହନ୍ତି ତାଙ୍କ ଭଳି ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେୟ, ସୁଭାଷ ସିଂହ ମଧ୍ୟ ନାମ ଫଳକରୁ ପଦବୀ ହଟାଇ ନାହାନ୍ତି ତେବେ ସେମାନେ ମଧ୍ୟ ଆଗକୁ ପଦବୀ ହଟାଇବାକୁ ବାଧ୍ୟ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.