suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଜେପିର ଗୁରୁତ୍ୱପୂର୍ଣ ବୈଠକ

14/05/2018 at 7:13 AM

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜେପି ଶାସିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରିବେ ଗୁରୁତ୍ବପୂର୍ଣ୍ଣ ବୈଠକ।୧୩ ଜଣ ମୁଖ୍ୟମନ୍ତ୍ରୀଓ ୬ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ସମେତେ କିଛି କେନ୍ଦ୍ରମନ୍ତ୍ରୀ ଆଜିର ବୈଠକରେ ଯୋଗଦେବେ। ୨୦୧୪ରେ କ୍ଷମତାକୁ ଆସିବାପରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମୋଦିଙ୍କ ଏହା ହେବ ତୃତୀୟ ବୈଠକ। ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ବିଜେପି ଶାସିତ ରାଜ୍ୟଗୁଡିକରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବେ। ଏଥସହିତ ଏହି ରାଜ୍ୟଗୁଡିକରେ ବିକାଶ ପ୍ରକ୍ରିୟାକୁ କେମିତି ଆହୁରି ତ୍ବରାନ୍ବିତ କରାଯିବା ସେନେଇ ପରାମର୍ଶ ଦେବେ। ଆଗାମୀ ଲୋକସଭା ନିର୍ବାଚନ ଏବଂ କିଛି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ଲାଗି ଦଳର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ମେ ୧୭ରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଅମିତ୍ ଶାହା ଏହି ବୈଠକ ଡକାଇଛନ୍ତି। ରାଷ୍ଚ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସାଧାରଣ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ବର୍ଷ ବାକିଥିବାବେଳେ କର୍ମକର୍ତ୍ତାଙ୍କୁ ଦଳର ରୋଡମ୍ୟାପ ସମ୍ପର୍କେର ଜଣାଇବେ ମୋଦି। କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ଏବେ ରହିଛି ଦଳର ନଜର। ଏବର୍ଷ ଶେଷଆଡକୁ ମଧ୍ୟପ୍ରଦେଶ,ରାଜସ୍ଥାନ ଓ ଛତିଶଗଡରେ ହେବ ବିଧାନସଭା ନିର୍ବାଚନ। ବିଜେପି ଶାସିତ ଏହି ସବୁ ରାଜ୍ୟଗୁଡିକରେ କ୍ଷମତା ବଜାୟ ରଖିବା ଦଳ ପାଇଁ ଏବେ ସବୁଠୁ ବଡ ଆହ୍ବାନ।

Leave a Reply

   Related Posts