ଦିଲ୍ଲୀରେ ଉଭୟ ବିଜେପି-କଂଗ୍ରେସର ଘନଘନ ବୈଠକ : ହରିୟାଣାରେ କିଏ, କେଉଁଠୁ ପ୍ରାର୍ଥୀ ହେବ ଚାଲିଛି ମାନସମନ୍ଥନ

Published By : Prameya-News7 Bureau | September 30, 2019 IST

ନୂଆଦିଲ୍ଲୀ ୩୦/୯:  ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ୨ ରାଜ୍ୟରେ ଅକ୍ଟୋବର ୨୧ରେ ମତଦାନ ହେବ । ଏଥିପାଇଁ ଦିଲ୍ଲୀରେ ବସୁଛି ବିଜେପି ଓ କଂଗ୍ରେସ ପକ୍ଷରୁ ଘନ ଘନ ବୈଠକ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପିର ସିଇସି ବୈଠକ ବସିଥିଲା ।

{"id":164406,"width":586,"height":324}

ଏଥିରେ ହରିୟାଣା ବିଧାନସଭା ନିର୍ବାଚନା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମୀତ ଶାହା ଏବଂ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନାଡ୍ଡା ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ଆସନରେ କିଏ କେଉଁଠାରୁ ପ୍ରାର୍ଥୀ ହେବ, କେମିତି ପ୍ରଚାର ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

{"id":164407}

ସେପଟେ ହରିୟାଣା ନିର୍ବାଚନ ପାଇଁ କଂଗ୍ରେସର ସ୍କିନିଂ କମିଟି ବୈଠକ ବସିଥିଲା । କିଏ କେଉଁଠାରୁ ପ୍ରାର୍ଥୀ ହେବ, କାହାକୁ ଟିକେଟ ଦିଆଯିବ ସେ ନେଇ ମାନସମନ୍ଥନ ହୋଇଛି । ଏହାସହ କଂଗ୍ରେସର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବୈଠକରେ ସ୍ଥିର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.