AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀରେ ବିଜେପିର ତିନିଦିନିଆ ପ୍ରଶିକ୍ଷଣ ଶିବର ଆରମ୍ଭ, ଯୋଗଦେଲେ ନେତା ଓ କର୍ମୀ

13/09/2022 at 12:05 PM

ପୁରୀ ୧୩।୦୯ : ପୁରୀଠାରେ ଆରମ୍ଭ ହୋଇଛି ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର । ପ୍ରଭାରୀଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ଦଳର ସାଧାରଣ ସମ୍ପାଦକ ଓ ଉପସଭାପତି ମାନେ ଏବଂ ରାଜ୍ୟ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି । ସବୁ ସାଂସଦ, ବିଧାୟକ, ପଦାଧିକାରୀ ଯୋଗ ଦେଇଛନ୍ତି ।

ଏଥିସହ ୨୦୧୯ରେ ନିର୍ବାଚନ ଲଢ଼ିଥିବା ସବୁ ସାଂସଦ ଓ ବିଧାୟକ ପ୍ରାର୍ଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ ଯୋଗ ଦେଇଛନ୍ତି । ମୋଟ ୧୫ଟି ସତ୍ରରେ ହେବ ବିଜେପିର ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର । ୧୩ ତାରିଖରେ ୫ଟି, ୧୪ ତାରିଖରେ ୬ଟି ଓ ୧୫ ତାରିଖରେ ୪ଟି ସତ୍ରରେ ଶିବିର ଆୟୋଜନ ହେବ । ଶିବିରରେ ଦଳର ବିଚାରଧାରା ଉପରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହାସହ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ବିଚାରଧାରାକୁ ଆଧାର କରି କେନ୍ଦ୍ରୀୟ ଯୋଜନା କେମିତି ତୃଣମୂଳ ସ୍ତରରେ ପହଞ୍ଚାଇବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ ।

   Related Posts