ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ସାମିଲ ହେବେ ବହୁ ବରିଷ୍ଠ ନେତା

Published By : Prameya-News7 Bureau | June 29, 2022 IST

ଭୁବନେଶ୍ୱର୨୯/୦୬: ଆଜି ବସିବ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଗତକାଲି ପଦାଧୀକାରଙ୍କ ବୈଠକ ବସିଥିଲା। ରାଜ୍ୟ ସଭାପତି ସମିର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ବସନ୍ତ ପଣ୍ଡା, ସୁରେଶ ପୂଜାରୀଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ୩୬ ଟି ସାଂଗଠାନିକ ଜିଲ୍ଲାର ପ୍ରଭାରୀ ଓ ଜିଲ୍ଲା ସଭାପତି ଯୋଗ ଦେଇଥିଲେ ।

ଆଜି ରାଜ୍ୟ କାର୍ଯ୍ଯକାରିଣୀରେ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିବା , ଅଗ୍ନିବୀର ନିଯୁକ୍ତି ନିଷ୍ପତ୍ତି ଓ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ପାରିତ ହେବ ।

ଏଥିସହିତ ଅହେତୁକ ବିଜୁଳି ଦର ବୃଦ୍ଧି , ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ବ୍ୟାପକ ଲୁଟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ସେବା ନ ମିଳିବା , ବିନା ଟେଣ୍ଡରେ ଠିକା କାମ ହେବା ସହ କେନ୍ଦ୍ରୀୟ ଯୋଜନାର ହରିଲୁଟ, ବେକାରୀ ସମସ୍ୟା, ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉପରେ ରାଜନୈତିକ ଚିଠା ପ୍ରସ୍ତାବ ଆସିବ । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବରିଷ୍ଠ ନେତା ସାମିଲ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.