scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପୂର୍ବରୁ ବିଜେପିର ବୈଠକ

14/05/2018 at 12:03 PM

କେନ୍ଦ୍ରରେ ମୋଦି ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରେ ଆଜି ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଦଳର ପଦାଧିକାରୀଙ୍କ ଚାଲିଛି ବୈଠକ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। ବୈଠକରେ ବିଜେପିର ସବୁ ରାଜ୍ୟର ଅଧ୍ୟକ୍ଷ, ସବୁ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ପ୍ରଭାରି, ଦଳର କାର୍ଯ୍ୟକାରୀ କମିଟିର ସମିତିର ସବୁ ସଦସ୍ୟ ଆଜିର ବୈଠକରେ ସାମିଲ ହୋଇଛନ୍ତି। ତୃଣମୁଳ ସ୍ତରରେ ସଂଗଠନକ ମଜବୁତ କରିବାପାଇଁ ନିଆଯାଇଥିବା ପଦକ୍ଷେପର ବୈଠକରେ କରାଯାଉଛି ସମୀକ୍ଷା। ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ନେଇ ବୈଠକରେ କରାଯାଉଛି ଆଲୋଚନା।୧୮ରୁ ବସୁଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପାଇଁ ଆଜି ପ୍ରସ୍ତୁତ କରାଯାଉଛି ଏଜେଣ୍ଡା। ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମୋଦି ସରକାର କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାମର ପ୍ରଚାର ପ୍ରସାର ପାଇଁ କର୍ମୀଙ୍କୁ ଦିଆଯିବ ମନ୍ତ୍ର। ଆଜିର ବୈଠକରେ ମୋଦ ସରକାରଙ୍କ ୪୮ ମାସର କାମ ବନାମ ୪୮ ବର୍ଷର କାମର ନାରା ଦିଆଯାଇଛି। ୪ ବର୍ଷ ଭିତେରେ ମୋଦି ସରକାରଙ୍କ କାମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବୈଠକରେ ଯୋଜନା ପ୍ରସ୍ତତ କରାଯିବ ବୋଲି ଜଣେ ପଦାଧିକାରୀ କହିଛନ୍ତି।

Leave a Reply

   Related Posts