Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବିଜେପିରୁ ଇସ୍ତଫା ଦେଲେ ୧୫ ଜିଲ୍ଲା ପରିଷଦ ସଦସ୍ୟ, ମୟୂରଭଞ୍ଜ ରାଜନୀତିରେ ହଲଚଲ

28/08/2021 at 7:39 AM

ବାରିପଦା, ୨୮|୦୮:   ମୟୂରଭଞ୍ଜରେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ୧୫ ଜିଲ୍ଲା ପରିଷଦ ସଦସ୍ୟ। ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ମୋଟ ୫୬ ଟି ଆସନରୁ ୪୯ଟି ଆସନ ଦଖଲ କରିଥିଲା ବିଜେପି। କିନ୍ତୁ ପରବର୍ତୀ ସମୟରେ ବିଜେପିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ମନୋମୁଖୀ କାରବାର କରୁଥିବା ଦର୍ଶାଇ ଏମାନେ ପ୍ରାଥମିକ ସଦସ୍ୟତା ତ୍ୟାଗ କରିବାକୁ ଘୋଷଣା କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ସୁଜାତା ମୁର୍ମୁ ଜିଲ୍ଲା ପରିଷଦକୁ ଉନ୍ନୟନ କାର୍ଯ୍ୟ ବାବଦକୁ ଆସୁଥିବା ଅର୍ଥ ବଣ୍ଟନରେ ପାତର ଅନ୍ତର କରିଛନ୍ତି। ଦଳୀୟ ନେତା ଜିଲ୍ଲା ପରିଷଦରେ ଅଯଥା ହସ୍ତକ୍ଷେପ କରିଛନ୍ତି। ଏବାବଦରେ ବଜେପିର ରାଜ୍ୟସ୍ତରୀୟ ଶୀର୍ଷ ନେତାମାନେ ଜାଣି ନିରବ ରହି ଜିଲ୍ଲାସ୍ତରୀୟ ନେତାଙ୍କ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ମଧ୍ୟ ସେମାନେ କହିଛନ୍ତି। ଅନୁଷ୍ଠିତ ଏକାଦଶ ଜିଲ୍ଲା ପରିଷଦ ବୈଠକ ଅଧାରୁ କାର୍ଯ୍ୟବ୍ୟସ୍ତତା ଦେଖାଇ ଉଠି ଚାଲିଯାଇଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା। ବିଜେପିର ପ୍ରାଥମିକ ସଦସ୍ୟତା ଓ ଜିଲ୍ଲା ପରିଷଦ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଏମାନେ ଇସ୍ତଫାପତ୍ର ପ୍ରଦାନ କରିଥିବା ଜଣାଇଛନ୍ତି।

   Related Posts