ବିଜେପି ଜାରି କରିବ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହଙ୍କ ସମେତ ୧୦୦ ପ୍ରାର୍ଥୀଙ୍କ ସୂଚୀ, ଜାଣନ୍ତୁ କେବେ?

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ ୨୪।୨: ଲୋକସଭା ନିର୍ବାଚନ ୨୦୨୪ ନିମନ୍ତେ ବିଜେପି ତାର ପ୍ରଥମ ପ୍ରାର୍ଥୀ ତାଲିକା ଫେବୃଆରୀ ୨୯ ତାରିଖ ଦିନ ଜାରି କରିପାରେ। ଏହି ସୂଚୀରେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ଭଳି ଦଳର ଦିଗ୍ଗଜ ନେତାଙ୍କ ଲୋକସଭା ସିଟ୍‌ର ଘୋଷଣା ହୋଇପାରେ। ଫେବୃଆରୀ ୨୯ ତାରିଖ ଦିନ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ହେବାର ଅଛି। ଏହି ବୈଠକ ପରେ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି।

ବିଜେପିର ଏହି ପ୍ରାର୍ଥୀ ତାଲିକାରେ ସେହି ସବୁ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ଯେଉଁ ସବୁ ଆସନରେ ବିଜେପି ୨୦୧୯ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲା। ଏହା ଛଡା ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ଭଳି ଜରୁରି ନାମ ମଧ୍ୟ ରହିବ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ୧୦୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ୨୦୨୪ ଲୋକସଭା ନିର୍ବାଚନ ନିମନ୍ତେ ବିଜେପି ପ୍ରାର୍ଥୀ ତାଲିକାକୁ ଦୀର୍ଘ ସମୟରୁ ଅପେକ୍ଷା କରାଯାଇଛି।

{"id":913286,"width":840,"height":552,"sizeSlug":"full","linkDestination":"none"}

ପ୍ରଥମେ ଜାନୁୟାରୀ ଶେଷ ସପ୍ତାହରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଆକଳନ କରାଯାଉଥିଲା, ହେଲେ ଏଥିରେ ବିଳମ୍ବ ହୋଇଛି। ବିଜେପି ସର୍ବ ପ୍ରଥମେ ସେହି ସବୁ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଯେଉଁ ସବୁ ଆସନରେ ୨୦୧୯ ନିର୍ବାଚନରେ ପରାସ୍ତ ହୋଇଥିଲା। ତେବେ ଆଗାମୀ ନିର୍ବାଚନରେ ବିଜେପି ତା ସହଯୋଗୀଙ୍କ ସହ ୪୦୦ ଆସନ ହାତେଇବାର ଲକ୍ଷ ରଖିଛି। ଏଣୁ ବିଜେପି ମୁଖ୍ୟାଳୟରେ ପାର୍ଟିର ବଡ଼ ନେତାଙ୍କ ବୈଠକ ପରେ ବୈଠକ ଚାଲିଛି।

ବିଜେପି ବିଜୟ ଦୃଷ୍ଟିରୁ ଲୋକସଭାର କମଜୋର ଆସନ ଉପରେ ପ୍ରଥମେ ପ୍ରାର୍ଥୀ ଦେବାକୁ ରଣନୀତି ଚୂଡ଼ାନ୍ତ କରିଛି। ସେପଟେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି ହୋଇସାରିଲାଣି। ଆମ ଆଦମୀ ପାର୍ଟି ମଧ୍ୟ ଗୁଜରାଟ, ଗୋଆ ଓ ଆସାମରେ ନିଜର ପ୍ରାର୍ଥୀ ଚୂଡାନ୍ତ କରିସାରିଲାଣି। ବିରୋଧୀ ଇଣ୍ଡିଆ ମେଣ୍ଟ ମଧ୍ୟ ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ଆସନ ବୁଝାମଣା ନେଇ ବୁଝାମଣା କରିସାରିଲାଣି। ଏଣୁ ଅଧିକାଂଶ ଆସନରେ ପ୍ରାର୍ଥୀଙ୍କ ନାମ ମଧ୍ୟ ଚୂଡ଼ାନ୍ତ ହୋଇସାରିଲାଣି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.