ପିଏମ୍ ମୋଦୀଙ୍କ ଯାଦୁ, ୪ ଜାତି ଓ ଭରସାର ପ୍ରତିଛବି; ୨୦୨୪ ପାଇଁ ଏହି ଶିକ୍ଷା ମନେ ରଖିବେ ବିରୋଧୀ

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ: ବିଜେପି ୪ ରାଜ୍ୟର ବିଧାନସଭା ନିର୍ବାଚନରେ ୩-୧ରେ ବିଜୟୀ ହୋଇଛି । ଏଥିରେ ଖାସକରି ହିନ୍ଦୀ ବେଲ୍ଟ ଅର୍ଥାତ୍ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଜେପି ବଡ଼ ବିଜୟ ହାସଲ କରିଛି । ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ବିଜେପି ସମସ୍ତଙ୍କୁ ଚକିତ କରାଇଛି । ଏଠାରେ ବିଜେପି ସ୍ଥିତି ଦୁର୍ବଳ ଥିବା ଅନେକ ଦାବି କରୁଥିଲେ । ଏକଜିଟ୍ ପୋଲ୍ ପରିଣାମରେ ମଧ୍ୟ ପ୍ରଦେଶରେ ବିଜେପି ଓ କଂଗ୍ରେସକୁ ଅଧାଅଧା ଆସନ ଯାଉଥିବା କୁହାଯାଉଥିଲା । ଛତିଶଗଡ଼ ପାଇଁ ସମସ୍ତ ଏକଜିଟ୍ ପୋଲ୍‌ରେ ବିଜେପି ପରାଜିତ ହେଉଥିବା ଦାବି କରାଯାଉଥିଲା । କିନ୍ତୁ ଏହାର ବିପରୀତରେ ବିଜେପି ଛତିଶଗଡ଼ରେ ୫୪ ଆସନ ଜିତି ସରକାର ଗଢିବାକୁ ଯାଉଛି ।

wp:heading

ପିଏମ୍ ମୋଦୀଙ୍କ ଉପରେ ଲୋକଙ୍କ ଭରସା

/wp:heading

ରାଜସ୍ଥାନରୁ ଆରମ୍ଭ କରି ତେଲଙ୍ଗାନା ଯାଏ ପିଏମ୍ ନରେନ୍ଦ୍ର ମୋଦୀ ନିଜେ ପ୍ରଚାରର ମଙ୍ଗ ଧରିଥିଲେ । ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିଥିଲା । ପୂରା ନିର୍ବାଚନକୁ ପିଏମ୍ ମୋଦୀଙ୍କ ନାଁରେ ଲଢାଗଲା । ଏବେ ଫଳାଫଳ ମଧ୍ୟ କହୁଛି ଯେ ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା ଓ ତାଙ୍କ ଲୋକପ୍ରିୟତା ବଜାୟ ରହିଛି ।

ପଢନ୍ତୁ: ଫଳାଫଳ ପରେ ବଦଳିଲା ଦେଶର ରାଜନୈତିକ ମାନଚିତ୍ର; ଏତିକି ରାଜ୍ୟରେ ଏବେ ବିଜେପି ସରକାର, ଦୁର୍ବଳ ହେଉଛି କଂଗ୍ରେସ

wp:heading

ବିଜେପିର ନିର୍ବାଚନୀ ମେସିନାରୀ ସଭିଙ୍କ ଉପରେ ଭାରି

/wp:heading

ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବଡ଼ ଧରଣରେ କେନ୍ଦ୍ରମନ୍ତ୍ରୀଙ୍କୁ ଓହ୍ଲାଇଥିଲା ବିଜେପି । ଏହାସହ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ନିର୍ବାଚନୀ ମୈଦାନରେ ଓହ୍ଲାଗଲା । ସଂଗଠନ ମନ୍ତ୍ରୀଙ୍କଠାରୁ ଆରମ୍ଭ ଅନ୍ୟ ରାଜ୍ୟର ବିଧାୟକଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲା ଯାଇଥିଲା । ଏହିପରି ବିଜେପି ନିର୍ବାଚନୀ ମେସିନାରୀରେ ନିଜ ଶକ୍ତି ଦେଖାଇଛି । ନିଜେ ଶିବରାଜ ସିଂ ଚୌହାନ ମଧ୍ୟ ବିଜୟ ପାଇଁ କେନ୍ଦ୍ର ସମସ୍ତ ନେତା ଓ ସଂଗଠନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

wp:heading

ମଣ୍ଡଳ ପାର୍ଟ-୨ ଓ ଜାତୀୟ ସର୍ଭେ ଉପରେ ଭାରି ପଡ଼ିଲା ମୋଦୀଙ୍କ ୪ ଜାତି ?

/wp:heading

ବିହାରରେ ଜାତିଗତ ଜନଗଣନା ପରେ ବିରୋଧୀ ସାରା ଦେଶରେ ଏହାକୁ ନେଇ ଦାବି କରିଥିଲେ । ଏହାସହ ସ୍ୱାଧୀନତା ସମୟର ଅନୁପାତରେ ସଂରକ୍ଷଣ ଦାବି କରି ପଛୁଆ ଓ ଦଳିତଙ୍କୁ ଏକଜୁଟ୍ କରିବା ପାଇଁ ରଣନୀତି କରୁଥିଲେ । କିନ୍ତୁ ପିଏମ୍ ନରେନ୍ଦ୍ର ମୋଦୀ ଲଗାତାର ନିର୍ବାଚନ ପ୍ରଚାରରେ କହିଥିଲେ ଯେ ସବୁଠୁ ବଡ଼ ଜାତି ହେଉଛି ଦେଶର ଗରିବ । ଏହା ବ୍ୟତୀତ ମହିଳାଙ୍କୁ ଓ ଯୁବବର୍ଗଙ୍କ ସହ ଚାରି ଜାତି କଥା ଉଲ୍ଲେଖ କରିଥିଲେ । ଏହି ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ ମଣ୍ଡଳ ପାର୍ଟ-୨ର ଭରସାରେ ବିରୋଧୀ ଜିତି ପାରିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ମଧ୍ୟ ପ୍ରଦେଶର ୬୭ ଓବିସି ବହୁଳ ଆସନ ମଧ୍ୟରୁ ବିଜେପି ୪୯ରେ ବିଜୟୀ ହୋଇଛି ।

wp:heading

ଉତ୍ତର ଭାରତରେ ବିଜେପି ମୁକାବିଲାରେ ଦୁର୍ବଳ କଂଗ୍ରେସ

/wp:heading

କଂଗ୍ରେସ ତେଲଙ୍ଗାନାରେ ବିଜୟୀ ହୋଇଛି । ଏଠାରେ କଂଗ୍ରେସ ସିଧା ମୁକାବିଲା ବିଜେପି ସହ ନଥିଲା । ଅନ୍ୟପଟେ ହିନ୍ଦୀ ବେଲ୍ଟର ତିନି ରାଜ୍ୟରେ ସିଧା ମୁକାବିଲାରେ ବିଜେପିଠାରୁ ପରାଜିତ ହୋଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ କଂଗ୍ରେସ ଏବେ ବି ବିଜେପି ତୁଳନାରେ ଅତି ଦୁର୍ବଳ ରହିଛି । ନିର୍ବାଚନୀ ପ୍ରଚାରରେ ବି କଂଗ୍ରେସ ଦୁର୍ବଳ ନଜର ଆସିଥିଲା । କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ସେତେ ସକ୍ରିୟ ନଥିଲେ, ଯେତେକି ବିଜେପି ତରଫରୁ ପିଏମ୍ ମୋଦୀ, ଅମିତ୍ ଶାହ ଓ ଜେପି ନଡ୍ଡା ଥିଲେ ।

wp:heading

ମହିଳା ଭୋଟର ବଦଳାଇଲେ ବାଜି

/wp:heading

ମଧ୍ୟ ପ୍ରଦେଶରେ ଲାଡଲୀ ବେହନା ଯୋଜନା ଓ ଛତିଶଗଡ଼ରେ ମହତାରୀ ବନ୍ଦନ ଯୋଜନା ପରି ସ୍କିମ୍ ବିଜେପିକୁ ବମ୍ଫର ଭୋଟ ଦେଇଛି । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ବିଜେପିକୁ ମହିଳାଙ୍କ ଅଧିକ ସମର୍ଥନ ମିଳିପାରେ ଓ ପରିଣାମରେ ତାହା ହିଁ ପ୍ରତିଫଳିତ ହେଲା ।

wp:heading

ଆଦିବାସୀଙ୍କ ମଧ୍ୟରେ ମୋଦୀଙ୍କ ଜଲୱା କାଏମ

/wp:heading

ବିଜେପି ଛତିଶଗଡ଼ର ୨୯ ଆଦିବାସୀ ସଂରକ୍ଷିତ ଆସନରୁ ୧୮ରେ ବିଜୟ ହାସଲ କରିଛି । ଏହା ସ୍ପଷ୍ଟ କରୁଛି ବିଜେପିକୁ ଆଦିବାସୀ ସମାଜର ଲୋକଙ୍କ ବଡ଼ ଭୋଟ ମିଳିଛି । ଅନ୍ୟ ରାଜ୍ୟରେ ମଧ୍ୟ ବିଜେପି ଏହା ଭଲ ସଂକେତ । ଏହାଛଡ଼ା ୨୦୨୪ ପାଇଁ ମଧ୍ୟ ବିଜେପି ଆଶା ରଖିଛି ।

Also Read: ମଧ୍ୟପ୍ରଦେଶ-ରାଜସ୍ଥାନ ଏବଂ ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ବିଜେପି ପାଇଁ ଏବେ ଆଉ ଏକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.