ପ୍ରଦୀପ ମହାରଥୀଙ୍କ ମହିଳା ବିରୋଧୀ ମନ୍ତବ୍ୟ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ବିଜେପି ମହିଳା ମୋର୍ଚ୍ଚା
2/10/2018 at 9:44 AM

ଭୁବନେଶ୍ବର ୨|୧୦: ମହିଳାଙ୍କୁ ନେଇ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟକୁ ଗଣ୍ଠି କରିଛି ବିଜେପି ମହିଳା ମୋର୍ଚ୍ଚା । ଆଜି ଗାନ୍ଧି ଜୟନ୍ତୀରେ ନବୀନ ନିବାସ ଯିବ ମହିଳା ମୋର୍ଚ୍ଚା । ଅହିଂସା ଉପାୟରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯୋଜନା କରିଛି । ମହାରଥୀଙ୍କ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ଅଛି କି ଏହାର ଉତ୍ତର ମାଗିବ ମୋର୍ଚ୍ଚା । କାରଣ ଏଭଳି ବିବାଦୀୟ ମନ୍ତବ୍ୟ ଦେଲା ପରେ ବି କିଭଳି ମୁଖ୍ୟମନ୍ତ୍ରୀଙ୍କ ନୀରବ ଅଛନ୍ତି । ତାହା ମହିଳାଙ୍କୁ ଅସମ୍ମାନ ବୋଲି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି । ସେପଟେ ବିଜେପି ମହିଳା ମୋର୍ଚ୍ଚାର ପ୍ରେସମିଟ୍ ନେଇ ମହାରଥୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଏହାକୁ ନେଇ ନୋ କମେଣ୍ଟ । ଏ ବାବଦରେ ମୋର ଆଉ କିଛି କହିବାର ନାହିଁ । କ’ଣ ଠିକ୍ କ’ଣ ଭୁଲ୍ ରାଜ୍ୟବାସୀ ବିଚାର କରିବେ ।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023