ପୁରୀରେ ଆରମ୍ଭ ହୋଇଛି ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ: ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭିଜୟ ରାହାତକର
23/09/2018 at 5:54 PM

ପୁରୀ ୨୩/୯ : ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ଆସନ୍ତାକାଲି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପୁରୀରେ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଚାଲିଥିବାବେଳେ ଭୁବନେଶ୍ବରରେ ବିଜେଡି ସରକାରଙ୍କ ଟାର୍ଗେଟ କରିଛନ୍ତି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭିଜୟ ରାହାତକର। ଏପଟେ ଏହାର ଜବାବ ରଖିଛି ବିଜେଡି । ଦିଲ୍ଲୀ ଏବଂ ବିଜେପି ଶାସିତ ରାଜ୍ୟ କଥା ପ୍ରଥମେ ଦେଖୁ ବିଜେପି। ଆସନ୍ତା କାଲି ଠାରୁ ବିଜେଡି ସବୁ ନିର୍ବାଚନ ମଣ୍ତଳୀରେ ଆରମ୍ଭ କରିବ ମହିଳା ସମାବେଶ…
ମୋଦିଙ୍କ ପରେ ପୁଣି ବିଜେଡିକୁ ଟାର୍ଗେଟ କଲା ବିଜେପି । ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଭିଜୟା ରାହାତକର ନବୀନଙ୍କୁ ଟାର୍ଗେଟ କରିଛନ୍ତି । ବିଜେଡି ସରକାରଙ୍କ ଅମଳରେ ମହିଳା ବିରୋଧୀ ଦୁଷ୍କର୍ମ ଓ ହତ୍ୟା ବଢ଼ିବାରେ ଲାଗିଛି। ମହିଳା ଓ ଶିଶୁ ଅସୁରକ୍ଷିତ ହୋଇପଡିଛନ୍ତି । ଏଭଳି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁନାହାନ୍ତି । ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ମହିଳା ସେପଟେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆରମ୍ଭ ହୋଇଥିବାବେଳେ ଭୁବନେଶ୍ବରରେ ସମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାରଙ୍କୁ ଏମିତି ଟାର୍ଗେଟ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାନେତ୍ରୀ।
ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ର ଉଠାଇଥିବା ଅଭିଯୋଗର ଜବାବ ରଖିଛି ବିଜେଡି। ଯେତେବେଳେ ନାରୀଙ୍କ ଉପରେ ବିପଦ ଆସିଛି ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ବିଜେପି ଦିଲ୍ଲୀ କଥା ବୁଝୁ। ତାପରେ ଓଡିଶା କଥା ଚିନ୍ତା କରିବ। ବିଜେପି ଶାସିତ ରାଜ୍ୟରେ ଦୁଷ୍କର୍ମ ଓ ହତ୍ୟା ଅଧିକ । ମହିଳା ଓ ନାରୀଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରିବା ପରେ କଥା କହୁନ୍ତୁ। ଅଯଥା ଓଡିଶା ଆସି ବିଷ ନ ଓଗାଳନ୍ତୁ ବୋଲି କହିଛନ୍ତି ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ମଲ୍ଲିକ। ଆସନ୍ତା କାଲି ଠାରୁ ବିଜେଡି ୩୦ ତାରିଖ ପର୍ଯ୍ୟନ୍ତ ବୁଥ ଠାରୁ ଆରମ୍ଭ କରି ନିର୍ବାଚନ ମଣ୍ତଳୀରେ ମହିଳା ସମାବେଶ କରିବ ।ସରକାର ମହିଳାଙ୍କ ପାଇଁ କରିଥିବା ସମସ୍ତ ଯୋଜନା ବିଷୟରେ ମହିଳାଙ୍କୁ ଅବଗତ କରିବେ।
୨୦୧୯ ସାଧରଣ ନିର୍ବାଚନକୁ ଆଖି ଆଗରେ ରଖି ମହିଳା ସଙ୍ଗଠନକୁ କ୍ରିୟାଶୀଳ କରିବାକୁ ବିଜେଡି ଓ ବିଜେପି ପ୍ରାୟସ କରୁଛନ୍ତି। ତେଣୁ ପୁରୀରେ ହେଉଥିବା ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ଆସନ୍ତା କାଲି ଉଦଘାଟନ କରିବେ ବିଜେଜପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ଅମିତ ଶାହା କାଲି ସକାଳ ୧୦ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଂଚିବେ । ବିମାନ ବନ୍ଦରରୁ ସିଧା ପୁରୀ ଶୋଭାଯାତ୍ରାରେ ଯିବେ। ୧୨ଟାରେ ମହିଳା ମହାସମାବେଶରେ ଉଦବୋଧନ ଦେବେ। ଅପରାହ୍ନ ୩ଟାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଉଦଘାଟନ କରିବେ। ସଂଧ୍ୟା ୬ଟାରେ ଫେରିଯିବେ।