ବିଜେପି ମହିଳା ମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ
11/06/2018 at 9:44 AM

ରାଜ୍ୟରେ ଆଇନ ଶୃଖଂଳା ବିପର୍ଯ୍ୟସ୍ତ ହୋଇପଡିଛି । ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ହାତବାରିଶୀ ସାଜି ପୋଲିସ କାର୍ଯ୍ୟ କରୁଛି । ଏନେଇ ରାଷ୍ଟ୍ରପତି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯିବ । ୧୧ ଦିନିଆ ସୁରକ୍ଷା ଯାତ୍ରା ପରେ ବିଜେପି ମହିଳା ମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ କରି ଏହା କହିଛି । ୧୪୭ ବିଧାନସଭା କ୍ଷେତ୍ର ବୁଲିଛି ମହିଳା ମୋର୍ଚ୍ଚା । ୨୭୩ ସ୍ଥାନରେ ପଦଯାତ୍ରା, ୨୧୩ ପଥପ୍ରାନ୍ତ ସଭା କରାଯାଇଛି । ୮୫୫ ସାଧାରଣ ସଭା ହୋଇଛି । ପାଖାପାଖି ୮,୫୦୦ କର୍ମୀ ୧୦ ହଜାର ୫୪୫ କିଲୋମିଟର ପଦଯାତ୍ରା କରିଛନ୍ତି । ପଦଯାତ୍ରା ସମୟରେ ୩ ଲକ୍ଷ ୬୦ ହଜାର ମହିଳାଙ୍କ ସହ ଆଲୋଚନା କରିଛି ବିଜେପି । ଏହି ସମୟରେ ୨୭୨ ଥାନା ବିରୋଧରେ ଅଭିଯୋଗ ଆସିଛି । ଥାନାବାବୁମାନେ ପୀଡାତାମାନଙ୍କ ଅଭିଯୋଗ ଗ୍ରହଣ କରୁନାହାନ୍ତି । ପରୀ ରଥ ବୁଲିବାକୁ ନେଇ ଆପତ୍ତି ଉଠାଇଛି ମହିଳା ମୋର୍ଚ୍ଚା । ସେପଟେ ଏହା ପ୍ରତିକ୍ରିୟା ରଖିଛି ବିଜେଡି । NCRB ରିପୋର୍ଟ ଅନୁଯାୟୀ ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ଉପରେ ଅଧିକ ଅତ୍ୟାଚାର ହେଉଛି । ରାଜ୍ୟରେ ବିଜେପି ମହିଳା ମୋର୍ଚ୍ଚାର ସୁରକ୍ଷା ଯାତ୍ରା ନଥିଲା ସଂଗଠନ ମଜବୁତ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ ।