scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକରେ ୟେଦିୟୁରପ୍ପାଙ୍କ ନିର୍ବାଚନ ନ ଲଢିବା ବିଜେପିକୁ ପଡ଼ିଲା ଭାରି !

13/05/2023 at 10:27 PM

ବେଙ୍ଗାଲୁରୁ: ୨୦୦୮ରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବାର ଶ୍ରେୟ ବିଏସ ୟେଦିୟୁରପ୍ପାଙ୍କୁ ଦିଆଯାଏ। ପ୍ରଥମ ଥର ବିଜେପି ଦକ୍ଷିଣ ଭାରତରେ ସରକାର ଗଠନ କରିବାରେ ସଫଳ ହୋଇଥିଲା। ତେବେ ପ୍ରାୟ ଦେଢ ଦଶନ୍ଧି ପରେ ୮୦ ବର୍ଷୀୟ ଲିଙ୍ଗାୟତ ନେତା ୨୦୨୩ର ବିଧାନସଭା ନିର୍ବାଚନ ଲଢି ନାହାନ୍ତି, ଯାହାର  ପରିଣାମ ବିଜେପିକୁ ଭୋଗିବାକୁ ପଡ଼ିଛି।  ବିଜେପିର ଏହି ପରାଜୟ ପାଇଁ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଦାୟୀ କରାଯାଇଛି। ଅନେକ ଲୋକଙ୍କ କହିବା କଥା ୟେଦିୟୁରପ୍ପାଙ୍କୁ ଅଣଦେଖା କରିବା ଦଳକୁ ମହଙ୍ଗା ପଡ଼ିଛି। ୨୦୨୧ରେ ବୟସାଧିକ କାରଣରୁ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟିବାକୁ ବାଧ୍ୟ କରାଯାଇଥିଲା। ଆଉ ବସବରାଜ ବୋମ୍ମାଇଙ୍କ ପାଇଁ ପଥ ପରିଷ୍କାର କରିଥିଲା ବିଜେପି।

Taking care of need, not greed': BJP defends free cylinder promise,  criticises freebie culture in poll-bound Karnataka | Mint

ନିର୍ବାଚନ ଠିକ୍ ପୂର୍ବରୁ ବିଜେପି ନିଜ ଭୁଲ୍ ଅନୁଭବ କରି ପାରିଥିଲା। ଦଳ ନିର୍ବାଚନ ପ୍ରଚାର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଦାୟିତ୍ଵ ଦେବାକୁ ଉଦ୍ୟମ କରିଥିଲା। ହେଲେ ୟେଦିୟୁରପ୍ପା ରାଜି ହୋଇନଥିଲେ। ବୋଧହୁଏ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ଲିଙ୍ଗାୟତ ସମୁଦାୟକୁ ଲାଗିଲା ମୁଖ୍ୟମନ୍ତ୍ରୀ ପଦରୁ ୟେଦିୟୁରପ୍ପାଙ୍କୁ ହଟାଇ ଦିଆଯାଇଛି। ୟେଦିୟୁରପ୍ପାଙ୍କ ସ୍ଥାନରେ ବୋମ୍ମାଇକୁ ଲିଙ୍ଗାୟତଙ୍କ ନେତା କରାଯାଇଥିଲା। ହେଲେ ସଂପ୍ରଦାୟରେ ବିଜେପିର ସଠିକ୍ ବାର୍ତ୍ତା ପହଞ୍ଚି ପାରିନଥିଲା। ପୁଣି ୟେଦିୟୁରପ୍ପା ନିର୍ବାଚନ ଅଭିଯାନରେ ବି ସକ୍ରିୟ ରହିନଥିଲେ। ନିଜକୁ ସେ ମଧ୍ୟ କର୍ଣ୍ଣାଟକ ଏବଂ ହୁବଲୀ କ୍ଷେତ୍ରରେ ସୀମିତ ରଖିଥିଲେ। ଫଳରେ ନିର୍ବାଚନରେ ବିଜେପି ନିଜର ରଣନୀତି ପାଇଁ ବୁମେରାଂ ପାଲଟିଛି।

୨୦୨୪ରେ ୟେଦିୟୁରପ୍ପାଙ୍କ ରହିବ ବଡ଼ ଭୂମିକା

BS Yediyurappa May Get Key Role As BJP Hedges Karnataka Bets: Sources

ରାଜନୈତିକ ବିଶ୍ଳେଷକଙ୍କ ମତରେ ୨୦୨୪ ଲୋକସଭା ନିର୍ବାଚନରେ ବିଏସ ୟେଦିୟୁରପ୍ପା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ପାରନ୍ତି। କର୍ଣ୍ଣାଟକରେ ପରାଜୟ ସତ୍ତ୍ଵେ ୟେଦି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସଫଳତାରେ ବଡ଼ କାରକ ହୋଇ ପାରନ୍ତି। ତାଙ୍କର ଦୁଇ ପୁତ୍ର ବିଓ୍ଵାଇ ବିଜୟେନ୍ଦ୍ର ଏବଂ ବିଓ୍ଵାଇ ରାଘବେନ୍ଦ୍ର ବିଜେପି ସହିତ ରାଜନୀତିରେ ସକ୍ରିୟ ଅଛନ୍ତି। ଶନିବାର ଫଳାଫଳ ଆସିବା ପରେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଧାନସଭା ନିର୍ବାଚନ ଫଳାଫଳର ପ୍ରଭାବ ୨୦୨୪ ଲୋକସଭା ନିର୍ବାଚନରେ ପଡ଼ିବ ନାହିଁ। ପାର୍ଟି ରାଜ୍ୟର ୨୮ ଲୋକସଭା ସିଟ୍‌ରୁ ୨୫ଟି ଜିତିବା ପାଇଁ କଠୋର ପରିଶ୍ରମ କରିବ, ଯାହା ୨୦୧୯ ନିର୍ବାଚନରେ ହାସଲ କରିଥିଲା। ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଏହି ପରାଜୟରେ ବିଚଳିତ ନହେବାକୁ ଅପିଲ୍ କରି  ପରାଜୟର ବିଶ୍ଳେଷଣ କରାଯିବ ବୋଲି କହିଛନ୍ତି। ମୁଁ ଜନତାଙ୍କ ଏହି ନିଷ୍ପତ୍ତିକୁ ସମ୍ମାନପୂର୍ବକ ସ୍ଵୀକାର କରୁଛି ବୋଲି ୟେଦିୟୁରପ୍ପା କହିଛନ୍ତି।

   Related Posts