ଲୋକସଭା ନିର୍ବାଚନକୁ ନେଇ ବିଜେପି ମୁଖ୍ୟାଳୟରେ ବଡ଼ ବୈଠକ, ଖୁବ ଶୀଘ୍ର ପ୍ରାର୍ଥୀଙ୍କ ପ୍ରଥମ ସୂଚୀ ଜାରି କରିବ

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟ ପାଇଁ ନିଯୁକ୍ତ କରାଯାଇଥିବା ପ୍ରଭାରୀଙ୍କ ଶନିବାର ବୈଠକ କରିଛନ୍ତି । ଏହି ବୈଠକରେ ସେ ନିର୍ବାଚନ ଅଭିଯାନ ଏବଂ ଜନସଂପର୍କ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ବିଜେପି ପାଇଁ ୩୭୦ ସିଟ୍ ଜିତିବା ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପରେ ପାର୍ଟିର ନେତୃତ୍ୱ ସମାଜ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ଅଭିଯାନ ଚଲାଇବା ଉପରେ ଜୋର ଦେଇଛି ।

ପଢନ୍ତୁ: ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଜିତିଥିଲେ ପ୍ରଥମ ନିର୍ବାଚନ…ଭିଡିଓ ସେୟାର କହିଲେ ସୁଖଦ ସଂଯୋଗ

ଉଲ୍ଲେଖଯୋଗ୍ୟ ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ବିଜେପିର ଉତ୍ତର ପ୍ରଦେଶ ନେତୃବୃନ୍ଦଙ୍କ ସହ ଅଲଗା ବୈଠକ କରିଛନ୍ତି । ବିଜେପି ଦେଶର ସବୁଠୁ ବଡ଼ ରାଜ୍ୟରେ ନିଜ ଆସନ ସଂଖ୍ୟାକୁ ବଢାଇବା ଉପରେ ଜୋର ଦେଉଛି । ଗତ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶର ୮୦ରୁ ୬୨ ଆସନରେ ବିଜୟୀ ହୋଇଥିଲା । ବିଜେପି ଖୁବ ଶୀଘ୍ର ନିଜ କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ କରିବାକୁ ଯାଉଥିବା ସମ୍ଭାବନା ଭିତରେ ଏହି ବୈଠକ ହେଉଛି । ଏପ୍ରିଲ-ମେ’ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନିଜ ପ୍ରାର୍ଥୀଙ୍କ ପ୍ରଥମ ସୂଚୀ ଜାରି କରିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.