suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଥିଲେ ବିଜେପି ନେତା, ନିର୍ଦ୍ଧୁମ ଛେଚିଲେ ବିହାରୀ ଜନତା

31/10/2020 at 4:26 PM

ପାଟନା,୩୧/୧୦:  ବିହାରରେ ଗୋଟିଏ ପଟେ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ହେଉଛି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ, ନେତା ଓ କର୍ମୀମାନେ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ଏହାମଧ୍ୟରେ ରାଜ୍ୟର କଟିହାର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ବିଜେପି ନେତାଙ୍କୁ କାବୁ କରିଛନ୍ତି ଗ୍ରାମବାସୀ । ଏହାସହ ଉଭୟ ବିଜେପି ନେତା ଓ ମହିଳାଙ୍କୁ ଗ୍ରାମବାସୀମାନେ ମାଡ ମଧ୍ୟ ମାରିଛନ୍ତି । ଜିଲ୍ଲାର ଆଜମନଗରରେ ଏହି ଘଟଣା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ।

ସୂଚନାନୁସାରେ, ଗ୍ରାମବାସୀ ଓ ପରିବାର ଲୋକେ ମହିଳାଙ୍କୁ ବିଜେପି ଆଜମନଗର ସଂଖ୍ୟାଲଘୁ ମୋର୍ଚ୍ଚାର ଯୁବ ସଭାପତିଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ଏହା ପରେ ଉଭୟଙ୍କୁ ଧରି ଗ୍ରାମବାସୀମାନେ ନିସ୍ତୁକ ମାଡ ମାରିଥିଲେ । ଏପରିକି ମହିଳାଙ୍କ ସହ ବିଜେପି ନେତା ମହମ୍ମଦ ମିନହାଜଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ ।

ଖବର ଲେଖାଯିବା ସୁଦ୍ଧା ଏହି ମାମଲା ପୋଲିସ ପାଖରେ ପହଁଚି ନାହିଁ । ଘଟଣାକୁ ନେଇ ମହିଳାଙ୍କ ଶୂଶୁର କହିଛନ୍ତି ଯେ, ମହମ୍ମଦ ତାଙ୍କ ପୁଅ ନଥିବା ବେଳେ ଅଧିକାଂଶ ସମୟରେ ଘରକୁ ଆସିଥାଏ । ଅନେକ ସମୟରେ ପରିବାର ଲୋକ ଶୋଇବା ପରେ ମହମ୍ମଦ ମହିଳାଙ୍କ ପାଖକୁ ଆସିଥାଏ । ତେବେ ଶୁକ୍ରବାର ରାତିରେ ଗ୍ରାମବାସୀ ମହମ୍ମଦକୁ ଦେଖି ଧରିଥିଲେ । ଏହାସହ ମାଡ ମଧ୍ୟ ମାରିଥିଲେ । ଆହୁରି ମଧ୍ୟ ମହିଳାଙ୍କୁ ମଧ୍ୟ ଗ୍ରାମବାସୀ ନିସ୍ତୁକ ପିଟିଥିଲେ ।

   Related Posts