୨ଦିନ ତଳେ ବିଜେପିରେ ମିଶିଥିଲେ, ଏବେ କରୁଛନ୍ତି କଂଗ୍ରେସ ନେତାଙ୍କ ପ୍ରଶଂସା: ମେଟ୍ରୋମ୍ୟାନ୍ କହିଲେ ଓମେନ ଚାଣ୍ଡି ପୁଣି ଥରେ ହୁଅନ୍ତୁ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | February 20, 2021 IST

ତିରୁଅନନ୍ତପୁରମ ୨୦।୨: ଦେଶରେ ମେଟ୍ରୋ ଟ୍ରେନ୍‌ ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିଥିବା ରେଳବାଇ ଅଧିକାରୀ ଇ.ଶ୍ରୀଧରନ ବିଜେପିରେ ଯୋଗଦେଇଛନ୍ତି। ସେ କେରଳ ବିଜେପିରେ ସାମିଲ ହୋଇଥିବା ବେଳେ ଆବଶ୍ୟକ ପଡିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇବାକୁ ମଧ୍ୟ ପ୍ରସ୍ତୁତ ବୋଲି କହୁଛନ୍ତି। ତେବେ ଗଣମାଧ୍ୟମସହ ଆଲୋଚନାରେ ଶ୍ରୀଧରନ ଓମେନ୍ ଚାଣ୍ଡି  ରାଜ୍ୟରେ ପୁଣି ମୁଖ୍ୟମନ୍ତ୍ରୀ ହେଲେ ସେ ବେଶ୍ ଖୁସି ହେବେ ବୋଲି କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":411989,"sizeSlug":"large","linkDestination":"none"}

ଦଳରେ ଶ୍ରୀଧରନଙ୍କୁ ପାଇ କେରଳ ବିଜେପି ଏବେ ବେଶ୍ ଉତ୍ସାହିତ।  ତାଙ୍କ ଲାଗି ବିଜେପି ରାଜ୍ୟରେ ଏକ ବିଶାଳ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିଛି। ଯାହା ଆସନ୍ତା ସପ୍ତାହ ବେଳକୁ ଶ୍ରୀଧରନଙ୍କ ଗୃହ ନଗର ମାଲାପୁରମରେ ପହଞ୍ଚିବ ବୋଲି ରାଜ୍ୟ ବିଜେପି ସଭାପତି କେ.ସୁରେନ୍ଦ୍ରନ ଘୋଷଣା କରିଛନ୍ତି। ସେପଟେ ବିଜେପିରେ ଯୋଗଦାନ ପରେ ଶ୍ରୀଧରନ ଗଣମାଧ୍ୟମ ଜରିଆରେ ନିଜକୁ ଲୋକଙ୍କ ନିକଟରେ ସ୍ପଷ୍ଟ କରିବାରେ ଲାଗିଛନ୍ତି।

{"id":411990,"sizeSlug":"large","linkDestination":"none"}

ଏହିପରି ଏକ ସାକ୍ଷାତ ଆଲୋଚନାରେ ଶ୍ରୀଧରନ ଆଗାମୀ ନିର୍ବାଚନରେ ପି.ବିଜୟନଙ୍କ ବଦଳେ ଯଦି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ ତେବେ ସେ ବେଶ୍ ଖୁସି ହେବେ ବୋଲି କହିଛନ୍ତି। ହେଲେ ରାଜ୍ୟ ଶାସନରେ କିପରିବି ହେଲେ ବାମପନ୍ଥୀଙ୍କୁ ଅଟକାଇବାକୁ ପଡିବ ବୋଲି କହିଛନ୍ତି ଇ.ଶ୍ରୀଧରନ୍। 

{"id":411991,"sizeSlug":"large","linkDestination":"none"}

କଂଗ୍ରେସ ନେତା ହେଲେ ବି ଓମେନ ଚାଣ୍ଡି, ରମେଶ ଚେନ୍ନାଇଥଲା ଓ ପି.କେ. କୁହ୍ନଲିକୁଟ୍ଟୀଙ୍କ ଭଳି ନେତାଙ୍କୁ ସେ ସମ୍ମାନ କରନ୍ତି ବୋଲି କହିଛନ୍ତି। ସେମାନେ ମଧ୍ୟ ତାଙ୍କର ବେଶ୍ ଆଦର କରନ୍ତି।  ବିପରୀତରେ ରାଜ୍ୟର ବାମପନ୍ଥୀ ସରକାରଙ୍କଠୁ କିଛି ବି ଆଶା କରାଯାଇ ପାରୁନଥିବା ସେକହିଛନ୍ତି। ଓଲଟି ଯଦି ପି.ବଜିୟନ ପୁଣି ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୁଅନ୍ତି ଏହା ରାଜ୍ୟ ସ୍ୱାର୍ଥ ଲାଗି ହାନିକାରକ ହେବ ବୋଲି କହିଛନ୍ତି।

{"id":411992,"sizeSlug":"large","linkDestination":"none"}

କେରଳ ବିଧାନସଭାରେ ବିଜେପିର ମାତ୍ର ଜଣେ ନିର୍ବାଚିତ ବିଧାୟକ ଅଛନ୍ତି। ଦଳରେ ନେତୃତ୍ୱ ସଂକଟ ଲାଗି ରହିଥିବା ବେଳେ ଆଗକୁ ବିଧାନସଭା ନିର୍ବାଚନ। ଏଥିରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ମେଟ୍ରୋମ୍ୟାନ୍‌ଙ୍କୁ ରାଜ୍ୟ ଦଳରେ ନେଇଥିବା ବେଳେ ଆଗକୁ ଆହୁରି ଅନେକ ସେଲିବ୍ରିଟିଙ୍କୁ ମଧ୍ୟ ଦଳକୁ ଆମନ୍ତ୍ରଣ କରିପାରେ। ଯାହା ରାଜ୍ୟରେ ବୁଡି ଯାଉଥିବା ଦଳର ଅସ୍ତିତ୍ୱକୁ ସୁରକ୍ଷିତ କରିବ ବୋଲି ରାଜ୍ୟ ଦଳ ଏବେ ଆଶାୟୀ ହୋଇଉଠିଛି। ଏଥିରେ ଦଳରେ ନୂଆ କରି ଯୋଗଦେଇଥିବା ମେଟ୍ରୋମ୍ୟାନ୍‌ ଙ୍କ ବୟାନ ରାଜ୍ୟ କଂଗ୍ରେସକୁ ବେଶ୍ ଉତ୍ସାହିତ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.