ନୂଆଦିଲ୍ଲୀ: ଦରବୃଦ୍ଧି ପ୍ରତିବାଦରେ ବିଜେପି ବିରୋଧରେ କଂଗ୍ରେସର ହମଲା ଜାରି ରହିଛି। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମାତ୍ର ଲୋକ ଦେଖାଣିଆ ବିରୋଧ ପ୍ରଦର୍ଶନ କରୁଥିବା ବିଜେପି ନେତା ଅମିତ୍ ମାଲଭୀୟ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି ଏହି ପ୍ରଦର୍ଶନ ବାସ୍ତବିକ ଥିଲା ନା ରାଜନୈତିକ ଷ୍ଟଣ୍ଟ ଥିଲା ? ଉଲ୍ଲେଖଯୋଗ୍ୟ, ଗତକାଲି ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସ ବେରୋଜଗାରୀ, ଦରବୃଦ୍ଧି ଏବଂ ଜିଏସଟିକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲା। ଏହି ସମୟରେ କଂଗ୍ରେସ ନେତାଙ୍କୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ବହୁ ପରିଶ୍ରମ କରିବାକୁ ପଡିଥିଲା।
ଏବେ ବିଜେପି ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରଦର୍ଶନକୁ ନେଇ ପ୍ରର୍ଶ ଉଠାଇଛନ୍ତି। ବିଜେପି କହିଛି ବିରୋଧ ପ୍ରଦର୍ଶନ ସ୍ଵାଭାବିକ ଥିଲା ନା ରାଜନୈତିକ ଷ୍ଟଣ୍ଟ ଥିଲା। ବିଜେପି ମିଡିଆ ସେଲ୍ର ମୁଖ୍ୟ ଅମିତ୍ ମାଲଭୀୟ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ଟୁଇଟ୍ କରିଛନ୍ତି। ଏହି ଫଟୋରେ ରାହୁଲ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡ୍ଡାଙ୍କ ସାର୍ଟକୁ ଟାଣି ଧରିଛନ୍ତି। ତାଙ୍କ ଚାରିପଟେ ଦିଲ୍ଲୀ ପୋଲିସର ଯବାନ ରହିଛନ୍ତି। ଅମିତ୍ ମାଲଭୀୟ ଲେଖିଛନ୍ତି, ଓ୍ଵାଇନାଡର ସାଂସଦ ନିଜ ସାଥୀଙ୍କ ସାର୍ଟ ଫାଡିବାକୁ ଉଦ୍ୟମ କରୁଛନ୍ତି। କେବଳ ଏତିକି ନୁହେଁ, କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ବିରୋଧ ପ୍ରଦର୍ଶନ ସମୟରେ ପୋଲିସକର୍ମୀଙ୍କ ହାତ ମୋଡିବା ସହ ଧକ୍କା ମରାଯାଇଥିଲା।
wp:html/wp:htmlAfter Priyanka Vadra’s twist a hand moment, here is another one. Rahul Gandhi tearing his colleague Deepender Hooda’s shirt so that it made for a good protest picture and Delhi police could be blamed for high handedness.
— Amit Malviya (@amitmalviya) August 6, 2022
The Gandhi siblings are strong votary of tamasha politics. pic.twitter.com/92WNahcXpJ
ମାଲଭୀୟ ଟୁଇଟ୍ କରି ଲେଖିଛନ୍ତି ପ୍ରିୟଙ୍କା ଗାନ୍ଧୀଙ୍କ ଦ୍ଵାରା ପୋଲିସକର୍ମୀଙ୍କ ହାତ ମୋଡିବାପରେ ଏଠାରେ ରାହୁଲ ଗାନ୍ଧୀ ନିଜ ସାଥୀଙ୍କ ସାର୍ଟ ଫାଡିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଏହା ସବୁ ଏଥିପାଇଁ କରାଯାଉଛି ଯଦ୍ଵାରା ବିରୋଧ ପ୍ରଦର୍ଶନ ଖବରରେ ରହିବ। ମାଲଭୀୟ ଏହା ମଧ୍ୟ ଲେଖିଛନ୍ତି, ଗାନ୍ଧୀ ଭାଇ-ଭଉଣୀ ତମାସା ରାଜନୀତିକୁ ପ୍ରୋତ୍ସାହନ ଦେଉଛନ୍ତି। ଏହି ଘଟଣାର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦିଲ୍ଲୀ ପୋଲିସ୍ ବିଜୟ ଚୌକରେ ପ୍ରଦର୍ଶନ ସମୟରେ କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡ୍ଡାଙ୍କୁ ହେପାଜତରେ ନେବାକୁ ଉଦ୍ୟମ କରୁଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ହୁଡ୍ଡାଙ୍କୁ ଧରିଥିବା ବେଳେ କଂଗ୍ରେସ କାର୍ଯ୍ୟକର୍ତ୍ତା ନାରା ଲଗାଇଛନ୍ତି।