ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ବିଜେପି ନେତାଙ୍କ ଉପରେ ଆକ୍ସନ, ହେପାଜତରେ ୪ ଜଣ, ତିନି ଗାଡି ଜବତ

6/08/2022 at 6:16 PM

ନୂଆଦିଲ୍ଲୀ: ନୋଏଡାରେ ଜଣେ ମହିଳାଙ୍କୁ ବିଜେପି ନେତା ଦୁର୍ବ୍ୟବହାର କରିବା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶନିବାର ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଚାରି ଜଣଙ୍କୁ ହେପାଜତକୁ ନେଇଛି । ଏହାସହ ତିନୋଟି ଗାଡିକୁ ଜବତ କରିଛି । ଉଲ୍ଲେଖଯୋଗ୍ୟ ନୋଏଡା ସେକ୍ଟର ୯୩-ବି ସ୍ଥିତ ଗ୍ରାଣ୍ଡ ଓମେକ୍ସ ସୋସାଇଟିର ବିବାଦ ହୋଇଥିଲା।

ଖବର ଅନୁସାରେ ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ବିରୋଧରେ ସୋସାଇଟିର ମହିଳାଙ୍କ ସହ ଅନ୍ୟମାନେ ବିରୋଧ ପ୍ରଦର୍ଶନ କରିଥିଲେ। ସେକ୍ଟର-୯୩ ବି ସ୍ଥିତ ଗ୍ରାଣ୍ଡ ଓମେକ୍ସ ସୋସାଇଟିରେ ଜଣେ ବିଜେପି ନେତା ରହୁନ୍ତି । ତାଙ୍କର କାରରେ ଏମଏଲଏ ଲେଖା ହୋଇଛି । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ତଥାକଥିତ ବିଜେପି ନେତା ଜଣେ ମହିଳାଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି । କିଛି ସମୟ ପରେ ମହିଳାଙ୍କ ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ମହିଳାଙ୍କ ଉପରେ ସେ ଆପତ୍ତିଜନକ ଟିପ୍ପଣୀ ମଧ୍ୟ କରିଥିଲେ । ଏହାସହ ମହିଳାଙ୍କ ସ୍ୱାମୀଙ୍କୁ ନେଇ ମଧ୍ୟ ଆପତ୍ତିଜନକ ଟିପ୍ପଣୀ କରିଥିଲେ।

ଏହାପରେ ସୋସାଇଟର ମହିଳାମାନେ ଏକାଠି ହୋଇଥିଲେ । ସମସ୍ତେ ବିଜେପି ନେତାଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ । ମହିଳାଙ୍କ ଅଭିଯୋଗ, ବ୍ୟକ୍ତି ଜଣଙ୍କ ସୋସାଇଟିରେ ଜବରଦଖଲ କରୁଛନ୍ତି । ପ୍ରଥମେ ନେତା ଜଣଙ୍କ ସୋସାଇଟିର ବଡ଼ ଗଛ ଲଗାଇ ଜବରଦଖଲ କରିଥିଲେ । ଏବେ ଛୋଟ ଗଛ ଲଗାଇ ଜାଗା ମାଡି ବସିଥିବା ସେମାନେ ଦାବି କରିଛନ୍ତି ।

   Related Posts