ଯୋଗୀ ସରକାରଙ୍କ କରୋନା ମ୍ୟାନେଜମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା, କହିଲେ କୋଭିଡ ସୁନାମୀରେ ପ୍ରତି ଗାଁରେ ଜଳିଛି ୧୦ ଶବ

Published By : Prameya-News7 Bureau | June 27, 2021 IST

ବଲିଆ ୨୭।୬:  କରୋନା ଦ୍ୱିତୀୟ ଲହରରେ ଉତ୍ତର ପ୍ରଦେଶର ପରିସ୍ଥିତି ଜଟିଳ ହୋଇପଡିଥିଲା। ଏଣୁ  ଯୋଗୀ ସରକାରଙ୍କ କୋଭିଡ ପରିଚାଳନାକୁ ନେଇ ଏବେ ନିଜ ଦଳରେ ନେତା ପ୍ରଶ୍ନ କଲେଣି। ପ୍ରଥମ ଲହରରୁ  ପାଇଥିବା ଶିକ୍ଷା ସତ୍ତ୍ୱେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଖାମଖିଆଲ ନୀତି ଯୋଗୁ ଦ୍ୱିତୀୟ ଲହରରେ ପ୍ରତି ଗ୍ରାମରେ କୋଭିଡ ମୃତ୍ୟୁ ହୋଇଥିବାର ବିଜେପି ନେତା ଦାବି କରିଛନ୍ତି। ଏହି ସୁନାମୀରେ ପ୍ରତି ଗାଁରେ ଅନୁନ୍ୟ ୧୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାର ସେ ଦାବି କରିଛନ୍ତି।

 ବିଜେପି କାର୍ଯ୍ୟକାରଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ରାମ ଇକବାଲ ସିଂହ ରବିବାର ଗଣମାଧ୍ୟମରେ ଏହି ଅଭିଯୋଗ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରତି ପ୍ରଭାବିତ ପରିବାର ଲାଗି ସେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ସାଙ୍ଗକୁ ବଢିଚାଲିଥିବା ତୈଳ ଦର ପରିପ୍ରେକ୍ଷୀରେ ଚାଷୀଙ୍କ  ନିମନ୍ତେ ଡିଜେଲ ସବସିଡି ଦାବି କରିଛନ୍ତି। 

{"id":472236,"sizeSlug":"large","linkDestination":"none"}

ରାମ ଇକବାଲ ନଗରାରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଏହି ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କରୋନା ପ୍ରଥମ ଲହରରୁ କୌଣସି ଶିକ୍ଷା କରିନଥିଲେ। ଏଣୁ ଦ୍ୱିତୀୟ ଲହର ଆସିବା ବେଳେ ରାଜ୍ୟରେ ହଜାର ହଜାର ଲୋକେ କରୋନାରେ ସଂକ୍ରମିତ ହେବା ସହ ସ୍ୱାସ୍ଥ୍ୟ ସେବା ନ ପାଇ ପୋକ ମାଛି ପରି ପ୍ରାଣ ହରାଇଥିଲେ। ବଲିଆ ମଧ୍ୟ କରୋନାରେ ଗୁରୁତର ପ୍ରଭାବିତ ହୋଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କରିଥିଲେ ଓ ଜିଲ୍ଲାର କୋଭିଡ ପରିଚାଳନା ନେଇ ସନ୍ତୋଷ ପ୍ରକାଶ କରି ଫେରିଯାଇଥିଲେ।  ହେଲେ ସ୍ୱାସ୍ଥ୍ୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଙ୍ଗରେ ଭ୍ରମିତ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

{"id":472237,"width":839,"height":516,"sizeSlug":"large","linkDestination":"none"}

ତେବେ କେବଳ ରାମ ଇକବାଲ ନୁହନ୍ତି। ତାଙ୍କ ପୂର୍ବରୁ ବିଜେପିର ସୀତାପୁର ବିଧାୟକ ରାକେଶ ରାଠୋର ମଧ୍ୟ ସରକାରଙ୍କ କୋଭିଡ କୁପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ପ୍ରସଙ୍ଗରେ ମୁହଁ ଖୋଲିଲେ ତାଙ୍କ ବିରୋଧରେ ମଧ୍ୟ ଦେଶଦ୍ରୋହ ଧାରାରେ ସରକାର ମୋକଦ୍ଦମା ରୁଜୁ କରିଦେବେ। ସେହି ପରି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମେ ୯ ତାରିଖରେ ତାଙ୍କ ସାଂସଦୀୟ କ୍ଷେତ୍ର ବରେଲୀରେ ସ୍ୱାସ୍ଥ୍ୟ ଅଧିକାରୀମାନେ ଟେଲିଫୋନ ଉଠାଉ ନଥିବାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଥିଲେ।  କହିଥିଲେ ଜିଲ୍ଲା ହସ୍ପିଟାଲରେ ପହଞ୍ଚୁଥିବା ରୋଗୀଙ୍କୁ ରେଫରାଲ ହସ୍ପିଟାଲକୁ ପଠାଇ ଦିଆଯାଉଛି। 

ସେହିପରି ଜସରନା ବିଜେପି ବିଧାୟକ ରାମଗୋପାଲ ଲୋଧୀ ତାଙ୍କର କରୋନା ପଜିଟିଭ ପତ୍ନୀଙ୍କୁ ଆଗ୍ରା ହସ୍ପିଟାଲରେ ୩ ଘଣ୍ଟାରୁ ଅଧିକ କାଳ ଆଡମିଶନ କରାଯାଇ ନଥିବାର ଅଭିଯୋଗ କରିଥିଲେ। ପରେ ଡିଏମଙ୍କୁ ଅନୁରୋଧ କରି ପତ୍ନୀଙ୍କୁ ହସ୍ପିଟାଲରେ ଦାଖଲ କରିଥିବା ବେଳେ ଦିନ ଦିନ ଧରି ତାଙ୍କ ଖୋଜ ଖବର ନପାଇବାରୁ ଭିଡିଓ ବାର୍ତ୍ତାରେ ପତ୍ନୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଲୋକଙ୍କ ଠାରୁ ସୂଚନା ପାଇଁ ନିବେଦନ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.