ଉଦ୍ଧବଙ୍କୁ ନାରାୟଣ ରାଣେଙ୍କ ପ୍ରଶ୍ନ, ସରକାର ଗଢିବାକୁ ଲାଗିଲା ୫ ସପ୍ତାହ, ରାଜ୍ୟ ଚଳାଇବ କିପରି ?

Published By : Prameya-News7 Bureau | January 12, 2020 IST

ମୁମ୍ବାଇ ୧୨।୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନାରାୟଣ ରାଣେ ଉଦ୍ଧବ ସରକାରକୁ ନେଇ ରବିବାର ବଡ ବୟାନ ଦେଇଛନ୍ତି । ନାରାୟଣ ରାଣେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଶିବସେନାର ୫୬ବିଧାୟକଙ୍କ ମଧ୍ୟରୁ ୩୫ଜଣ ନେତୃତ୍ୱକୁ ନେଇ ଅସନ୍ତୁଷ୍ଠ । ସେହିପରି ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାର ସମ୍ପୂର୍ଣ୍ଣ ବେକାର । ଶିବସେନା , ଏନସିପି ଓ କଂଗ୍ରେସ ରାଜ୍ୟରେ ସରକାର ଗଢିବାକୁ ୫ସପ୍ତାହରୁ  ଅଧିକ ସମୟ ନେଇଛନ୍ତି ସେମାନେ ରାଜ୍ୟ ଚଳାଇବେ କିପରି ବୋଲି ପ୍ରଶ୍ନ କରିଥିଲେ ।

{"id":210379,"sizeSlug":"large"}

ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଦୃଢୋକ୍ତି ସହ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ପୁଣିଥରେ ସରକାରକୁ ଫେରିବ । ବିଜେପି ପାଖରେ ୧୦୫ବିଧାୟକ ଅଛନ୍ତି । ସେପଟେ ଶିବସେନା ନିକଟରେ ଥିବା ୫୬ଜଣ ବିଧାୟକଙ୍କ ମଧ୍ୟରୁ ୩୫ଜଣ ଅସନ୍ତୁଷ୍ଟ ଅଛନ୍ତି । କୃଷକଙ୍କୁ ଋଣ କ୍ଷମା କରିବା ଘଟଣାରେ ଉଦ୍ଧବଙ୍କ ପ୍ରତିଶ୍ରୁତି ମିଥ୍ୟ ବୋଲି ରାଣେ କହିଛନ୍ତି ।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାର କିପରି ଚାଲିବ ତାହା ଜଣାନାହିଁ।

{"id":210380,"width":586,"height":328,"sizeSlug":"large"}

ତେବେ ରାଜ୍‌ ଠାକରେଙ୍କ ପାର୍ଟି ସହିତ ବିଜେପି ଗଠବନ୍ଧନ ନେଇ ବିଜେପରି ପ୍ରମୁଖ କିଛି କହି ପାରିବେ ବୋଲି ରାଣେ କହିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ  ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବିସ ମଙ୍ଗଳବାର ଦିନ ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖଙ୍କ ସହ ସାକ୍ଷାତ କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ୧ଘଣ୍ଟାରୁ ଅଧିକ ସମୟ ଧରି ମୁମ୍ବାଇରେ ଆଲୋଚନା ହୋଇଥିଲା ।

ଏହି ସାକ୍ଷାତ ପରେ ମହାରାଷ୍ଟ୍ର ରାଜନୀତିରେ ନୂତନ ରାଜନୈତିକ ସମୀକରଣ ସୃଷ୍ଟି ହୋଇଯାଇଛି । ତେବେ ଦେଖାଯାଉ ମହାରାଷ୍ଟ ରାଜନୀତିର ଗଣିତ ଆଗକୁ କିପରି ଫଳ ପ୍ରକାଶ ପାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.