ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ବଢିଲା ବିଜେଡି ବଳ, ପଦ୍ମ ଛାଡି ଶଙ୍ଖରେ ଯୋଗଦେଲେ ମଙ୍ଗଳ ସାହୁ

Published By : Prameya-News7 Bureau | May 03, 2023 IST

ଭୁବନେଶ୍ବର ୩।୫: ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ବଢିଲା ବିଜେଡିର ବଳ । ବିଜେପି ଛାଡି ବିଜେଡିରେ ଯୋଗଦେଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି ।

ମଙ୍ଗଳ ସାହୁ ଦୀର୍ଘ ୨୫ ବର୍ଷ ହେବ ଭାରତୀୟ ଜନତା ପାର୍ଟିରେ କାମ କରୁଥିଲେ । ବିଜେପି ଛାଡି ବିଜେଡିରେ ଯୋଗଦୋ ପରେ ସେ କହିଛନ୍ତି, ଯେଉଁ ନୀତି ଆଦର୍ଶ ନେଇ ଦଳରେ ଯୋଗ ଦେଇଥିଲୁ ଏବେ ସେ ନୀତି ଆଦର୍ଶ ନାହିଁ । କର୍ମୀଙ୍କୁ ଅବହେଳା କରାଯାଉଛି । ନବ ଦାସ ହତ୍ୟାକାଣ୍ଡ ଗୋଟିଏ ସମସ୍ୟା, ରାଜନୈତିକ ମୁଦ୍ଦା ନୁହେଁ । ଅନେକ ସମସ୍ୟା ଅଛି ତାକୁ ମୁଦ୍ଦା କରାଯାଉନାହିଁ । ଭାରତୀୟ ଜନତା ପାର୍ଟିରେ ଥିବା ଅନ୍ତଃ କନ୍ଦଳକୁ ସମାଧାନ କଲେନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ବିଚାରଧାରା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ମଙ୍ଗଳ ସାହୁ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ।

ସେପଟେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ସେଠାରେ ଝାରସୁଗୁଡାବାସୀ ନିର୍ବାଚନ ଲଢୁଛନ୍ତି । କିଏ ଗଲେ କିଏ ଆସିଲେ ଦଳ ଉପରେ କୌଣସି ପ୍ରଭାବ ପକେଇବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.