ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-'ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍'

Published By : Prameya-News7 Bureau | November 30, 2020 IST

ବେଙ୍ଗାଲୁରୁ ୩୦/୧୧ : କର୍ଣ୍ଣାଟକ ବେଲଗାଵି ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଅଛି। ଏଥିପାଇଁ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀ କେଏସ ଈଶ୍ୱରପ୍ପା ବଡ ବୟାନ ଦେଇଛନ୍ତି। ବିଜେପି ନେତା ଓ ୟେଦୁରପ୍ପା ସରକାରରେ ମନ୍ତ୍ରୀ ଥିବା ଈଶ୍ୱରପ୍ପା କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏହି ନିର୍ବାଚନରେ କୌଣସି ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ଦେବନାହିଁ। ସେ କହିଛନ୍ତି ଯେ ବେଲଗାଵି ହିନ୍ଦୁତ୍ୱ କେନ୍ଦ୍ର। ସେଥିପାଇଁ କୌଣସି ହିନ୍ଦୁ ସମର୍ଥକଙ୍କୁ ଟିକେଟ ଦିଆଯିବ।

ଏକ ଗଣମାଧ୍ୟମ ସୂଚନା ଅନୁଯାୟୀ, ଈଶ୍ୱରପ୍ପା ରବିବାର ଦିନ କହିଥିଲେ ଯେ, ଆମେ ଯେକୌଣସି ହିନ୍ଦୁ ସମ୍ପ୍ରଦାୟ ପ୍ରାର୍ଥୀଙ୍କୁ ଟିକେଟ ଦେବୁ, କୁରୁବା, ଲିଙ୍ଗାୟତ, ବୋକ୍କଲିଗା କିମ୍ବା ବ୍ରାହ୍ମଣ ସମ୍ପ୍ରଦାୟର ପ୍ରାର୍ଥୀଙ୍କୁ ଟିକେଟ ଦେଇପାରିବୁ। କିନ୍ତୁ କୌଣସି ମୁସଲମାନକୁ ଟିକେଟ ଦିଆଯିବ ନାହିଁ। ବିଜେପିକୁ ଛାଡି କୌଣସି ଦଳରେ ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ।'

କେଏସ ଈଶ୍ୱରପ୍ପା କର୍ଣ୍ଣାଟକ ବିଜେପିର ଜଣେ ବରିଷ୍ଠ ନେତା। ୭୦ ବର୍ଷ ବୟସ୍କ କେଏସ ଈଶ୍ୱରପ୍ପା କୁରୁବା ସମ୍ପ୍ରଦାୟର ଏବଂ ଆଗରୁ ମଧ୍ୟ ସେ ଅନେକଥର ବିବାଦୀୟ ବୟାନ ଦେଇଛନ୍ତି।

କର୍ଣ୍ଣାଟକ କୋପ୍ପଲରୁ ବିଜେପି ନେତା ଈଶ୍ୱରପ୍ପା କୁରୁବା ଏବଂ ଅନ୍ୟ ଲଘୁ ସଂଖ୍ୟକ ସମ୍ପ୍ରଦାୟର ସଦସ୍ୟଙ୍କୁ ସମ୍ବୋଧିତ କରି କହିଥିଲେ ଯେ, 'କଂଗ୍ରେସ କେବଳ ଭୋଟ ବ୍ୟାଙ୍କ ପାଇଁ ଆପଣମାନଙ୍କୁ ବ୍ୟବହାର କରେ। କିନ୍ତୁ ଟିକେଟ ଦିଅନାହିଁ। ଆମେ ମୁସଲମାନଙ୍କୁ ଟିକେଟ୍ ଦେବୁନାହିଁ କାରଣ ଆପଣମାନଙ୍କୁ ଆମ ଉପରେ ବିଶ୍ୱାସ ନାହିଁ। ଆମ ଉପରେ ବିଶ୍ୱାସ ରଖନ୍ତୁ, ଆମେ ଆପଣଙ୍କୁ ଟିକେଟ ସହ ଅନ୍ୟ ଜିନିଷ ମଧ୍ୟ ଦେବୁ।'

ନିକଟରେ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଶାସନାଧୀନ ଭାରତୀୟ ଜନତା ପାର୍ଟି ବିଜୟ ହାସଲ କରିଥିଲା। ବେଙ୍ଗାଲୁରୁକୁ ଆରଆର ନଗର ଏବଂ ଟୁମକୁରୁରେ ବିଜେପି ବିଜୟ ପତାକା ଉଡ଼ାଇଥିଲା। ଦୁଇଥର ବିଧାୟକ ଥିବା ମଣିରତ୍ନ ଆରଆର ନଗରରେ କଂଗ୍ରେସ ପ୍ରତିଦ୍ବନ୍ଦୀ କୁସୁମା ଏଚଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.