ନିର୍ବାଚନ ପୁର୍ବରୁ ମାତିଲେ ନକ୍ସଲ, ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

Published By : Prameya-News7 Bureau | March 02, 2024 IST

ମାଲକାନଗିରି ୦୨/୦୩: ନିର୍ବାଚନ ପୁର୍ବରୁ ବିଜେପି ନେତାଙ୍କୁ ହତ୍ୟା । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନିୀୟ ଘଟଣା । ବିଜାପୁର ଜିଲ୍ଲାର ବିଜେପି ନେତା ତିରୁପତି କୋଟଲା ଶୁକ୍ରବାର ତୋଏନାର ଗାଁକୁ ଏକ ବାହାଘର କାର୍ଯ୍ୟରେ ଯୋଗ ଦେବା ଲାଗି ଯାଉଥିବା ସମୟରେ ନକ୍ସଲ ମାନେ ରାସ୍ତାରେ ଅଟକାଇ ତାଙ୍କ ବେକ ଓ ଛାତିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

wp:embed {"url":"https://www.prameyanews7.com/family-dispute-in-khalikote-nua-phasula-village/","type":"wp-embed","providerNameSlug":"prameya-news-7"}
https://www.prameyanews7.com/family-dispute-in-khalikote-nua-phasula-village/
/wp:embed

ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଛତିଶଗଡ଼ରେ ବିଜେପି ସରକାର ଆସିବା ପରେ ଲାଲ୍ ବାହିନୀ ଉପରେ ଜୋର୍ ଦାର ଆକ୍ସନ ଆରମ୍ଭ ହୋଇଛି ତେଣୁ ଭୟଭୀତ ହୋଇ ମାଓବାଦୀ ମାନେ ଏପରି ହିଂସା କାଣ୍ଡ ଘଟାଇ ବିଜାପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜାପୁର ଏସପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.