ଗାଡ଼ି ପାର୍କିଂକୁ ନେଇ ବିଜେପି ନେତାଙ୍କୁ ହତ୍ୟା, ୭ ଗିରଫ

Published By : Prameya-News7 Bureau | September 14, 2021 IST

ଲକ୍ଷ୍ନୌ, ୧୪/୦୯: ଗାଡ଼ି ପାର୍କିଂକୁ ନେଇ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଯାଇଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶ ସହଜନୱା ଥାନା ଅନ୍ତର୍ଗତ ସୋମରାଡାଢ଼ି ଗ୍ରାମରେ ଏପରି ଘଟଣା ଘଟିଛି । ସାମାନ୍ୟ କଥାକୁ ଗୋଟିଏ ପରିବାର କିଛି ସଦସ୍ୟ ବେଜେପି ନେତା ଏବଂ ତାଙ୍କ ଶଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଜିଲ୍ଲା ହସ୍ପିଟାଲ୍‌ରୁ ବିଆର୍‌ଡି ମେଡିକାଲ୍‌ କଲେଜ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି ।

ନେତାଙ୍କ ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଏକ ପ୍ରକାର ଉତ୍ତେଜନା ଦେଖାଦେଇଥିଲା । ପରିସ୍ଥିତିକୁ ସମ୍ଭାଳିବା ପାଇଁ ଉକ୍ତ ଗ୍ରାମରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି । ପୋଲିସ୍‌ ଏନେଇ ମାମଲା ରୁଜୁ କରି, ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣଙ୍କୁ ଗିରଫ କରିଛି ।

ସୋମପାଡାଢ଼ି ଗ୍ରାମର ପ୍ରଧାନ ତଥା ସେହି ଅଞ୍ଚଳର ଜଣାଶୁଣା ବିଜେପି ନେତା ଜେଡି ରଞ୍ଜନ ଶଳା ମିଥିଲେସ୍‌ଙ୍କ ସହିତ ଗ୍ରାମରେ ନିର୍ମାଣ ହେଉଥିବା ପଞ୍ଚାୟତ ଘର ପାଇଁ ଆସିଥିବା ଜନିଷ ପତ୍ରକୁ ଅଲୋଡ଼ କରୁଥିଲେ । ଏହି ସମୟରେ ଗ୍ରାମର ଚିନ୍ତା ନାମକ ଜଣେ ବ୍ୟକ୍ତି ତାଙ୍କ ୩ ପୁଅଙ୍କୁ ନେଇ ସେହି ବାଟ ଦେଇ ଯାଉଥିଲେ । ଜିନିଷ ନେଇ ଆସିଥିବା ଗାଡ଼ିଟି ବାଟରେ ଥିବାରୁ ବ୍ୟକ୍ତି ଜଣକ ଗାଡ଼ି ସାଇଡ୍‌ କରିବାକୁ କହିଥିଲେ ।

ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ମାମଲା ଏତେ ବଢ଼ି ଯାଇଥିଲା ଯେ, ଚିନ୍ତାଙ୍କ ତିନିପୁଅ ଗାଡ଼଼ିରୁ ଓହ୍ଲାଇ ଜେଡି ଏବଂ ତାଙ୍କ ଶଳାଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲେ । ଜେଡିଙ୍କର ମୁଣ୍ଡରେ ଗଭୀର ଆଘତ ଲାଗିଥିଲା । ସଙ୍ଗେସଙ୍ଗେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍‌କୁ ନିଆଯାଇଥିବା ବେଳେ ସେଠାରୁ ଡାକ୍ତର ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଇଦେଇଥିଲେ । ପରେ ତାଙ୍କୁ ମେଡିକାଲ୍‌ କଲେଜ୍‌କୁ ରେଫର କରାଯାଇଥିବା ବେଳେ ରାତି ୯ଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.