ବିଜେଡିରେ ଯୋଗଦେଲେ ବିଜେପି ନେତା ଜିତୁ ମିତ୍ର ; ମୁଖ୍ୟମନ୍ତ୍ରୀ କହିଲେ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

Published By : Prameya-News7 Bureau | March 11, 2019 IST

ଭୁବନେଶ୍ବର ୧୧|୩ : ପୂର୍ବତନ ଖୋର୍ଦ୍ଧା ବିଧାୟକ ତଥା ବିଜେପି ନେତା ଜିତୁ ମିତ୍ର ବିଜେଡିରେ ଯୋଗଦେଇଛନ୍ତି । ନବୀନ ନିବାସଠାରେ ନବୀନଙ୍କ ଉପସ୍ଥିତିରେ ଜିତୁ ମିତ୍ର ବିଜେଡିରେ ସାମିଲ ହୋଇଛନ୍ତି । ଜିତୁ ମିତ୍ର ବିଜେଡିରେ ଯୋଗଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଜିତୁଙ୍କର ଘର ବାହୁଡ଼ା ହୋଇଛି । ତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ ।

୨୦୦୪ ମସିହାରେ ଜିତୁ ମିତ୍ର ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରୁ ନିର୍ବାଚନ ଜିତିଥିଲେ । ତେବେ ୨୦୧୪ ନିର୍ବାଚନ ବେଳେ ସେ ବିଜେପିରେ ଯୋଗଦେବା ସହ ଖୋର୍ଦ୍ଧାରୁ ପ୍ରାର୍ଥୀ ହୋଇଥିଲେ । ବିଜେଡି ପ୍ରାର୍ଥୀ ରାଜକିଶୋର ସାହୁଙ୍କଠାରୁ ସେ ପରାସ୍ତ ହୋଇଥିଲେ । ପୁଣି ଜିତୁ ମିତ୍ର ଦଳକୁ ଫେରିବା ପରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରୁ କାହାକୁ ଟିକଟ ମିଳିବ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ।

ଜିତୁ ମିତ୍ରଙ୍କ ବିଜେଡିରେ ଯୋଗଦାନ ସମୟରେ ନବୀନ ସୂଚନା ଦେଇଛନ୍ତି ଯେ, ଖୁବ୍‌ଶୀଘ୍ର ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ । ବିଜେଡି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ଏଥିସହ ଦଳ ୨୦୧୯ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.