ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

କର୍ଣ୍ଣାଟକ: ବିଜେପି ଛାଡିଲେ ଏଚ୍.ଡି.ଥମ୍ମେୟା, ସମର୍ଥକଙ୍କ ସହ କଂଗ୍ରେସରେ ଯୋଗଦେଲେ

19/02/2023 at 8:31 PM

ବେଙ୍ଗାଲୁର ୧୯।୨: ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଏଥିରେ ରାଜ୍ୟ ବିଜେପିକୁ ରବିବାର ଶକ୍ତ ଧକ୍କା ଲାଗିଛି। ବିଜେପି ନେତା ଏଚ୍.ଡି. ଥମ୍ମେୟା ରବିବାର ତାଙ୍କ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେଇଛନ୍ତି। ବେଙ୍ଗାଲୁରୁସ୍ଥିତ ପାର୍ଟି କାର୍ଯ୍ୟାଳୟରେ ନେତାମାନେ କଂଗ୍ରେସରେ ଯୋଗ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେପିକୁ ରାଜ୍ୟରେ ଏହା ଶକ୍ତ ଝଟକା ବୋଲି ଏବେ ବୁଝା ଯାଉଛି। ଥମ୍ମେୟା ଏପରି ସମୟରେ କଂଗ୍ରେସରେ ଯୋଗ ଦେଇଛନ୍ତି ଯେତେବେଳେ ଗୃହମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକ ଗସ୍ତରେ ଆସୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡା ମଧ୍ୟ ୨୦ ଓ ୨୧ ଫେବୃଆରୀରେ କର୍ଣ୍ଣାଟକ ଗସ୍ତରେ ଆସୁଥିବା ବେଳେ ତାର ଦିନକ ପୂର୍ବରୁ ଥମ୍ମେୟା ଓ ସମର୍ଥକମାନେ କଂଗ୍ରେସକୁ ଚାଲିଯାଇଛନ୍ତି। କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ.ଶିବ କୁମାର କଂଗ୍ରେସ୍‌ରେ ନେତାମାନଙ୍କୁ ସ୍ୱାଗତ କରିଛନ୍ତି। ଶିବକୁମାର କହିଛନ୍ତି ଯେ ଯୋଗ ଦେଇଥିବା ନେତାମାନେ ସ୍ୱେଛାକୃତ ଦଳକୁ ଆସିଛନ୍ତି। ଏଥି ପାଇଁ ଏମାନେ ପୂର୍ବରୁ ଔପଚାରିକ କଥାବାର୍ତ୍ତା କରିଥିଲେ।

ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ନେତାମାନେ ଚିକ୍‌ମଙ୍ଗଲୁରରେ ପରିବର୍ତ୍ତନ ଚାହୁଁଥିଲେ। ତେବେ ବିଜେପିରେ ରହି ଏହା ସମ୍ଭବ ନୁହେଁ ବୋଲି ସେମାନେ ଅନୁଭବ କରିବା ପରେ ବିଜେପି ଛାଡିବାକୁ ନିଷ୍ପତ୍ତି ନେବା ସହ କଂଗ୍ରେସରେ ଯୋଗ ଦେଇଥିବା କହିଛନ୍ତି। ଡି.କେ. ଶିବକୁମାର କହିଛନ୍ତି ଯେ ଦଳରେ ନୂଆ କରି ଯୋଗ ଦେଇଥିବା ୧୨ରୁ ୧୩ ଜଣ ବିଧାନସଭା ନିର୍ବାଚନରେ ଟିକେଟ୍‌ ପାଇଁ ଆବେଦନ କରିଛନ୍ତି। ଆମେ ସବୁ ପୁରୁଣା ନେତାଙ୍କୁ ଦଳରେ ସ୍ୱାଗତ କରିଛୁ ବୋଲି ଶିବକୁମାର କହିଛନ୍ତି।

   Related Posts