ପରିବାର ସହ ଜୀବନ ହାରିଲେ ବିଜେପି ନେତା, ମୃତ୍ୟୁ ପୂର୍ବରୁ ଲେଖିଗଲେ ଆବେଗଭରା ପୋଷ୍ଟ
27/01/2023 at 12:24 PM

ବିଦିଶା ୨୭/୦୧: ମଧ୍ୟପ୍ରଦେଶ ବିଦିଶାରେ ଅଭାବନୀୟ ଘଟଣା ଘଟିଛି । ଯାହାକି ଏବେ ସମସ୍ତଙ୍କ ପାଇଁ ଚର୍ଚ୍ଚା ପାଲଟିଛି । ଘଟଣା ବିଷୟରେ ଯେ କେହି ବି ଶୁଣିବ ତା ଛାତି ଦୋଲହିଯବ । ଏଠାକାର ଜଣେ ବିଜେପି ନେତା ତାଙ୍କ ସପରିବାର ସହ ବିଷେ ପିଇ ଜୀବନ ହାରିଛନ୍ତି ।
ମୃତ ବିଜେପି ନେତା ଜଣଙ୍କ ହେଉଛନ୍ତି ସଞ୍ଜିବ ମିଶ୍ରା । ନେତା ଜଣଙ୍କ ନିଜେ ବିଷ ପିଇବା ସହ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ବିଷ ଦେଇଛନ୍ତି । କେବଳ ସେତିକି ନୁହେଁ ମୃତ୍ୟୁ ପୂର୍ବରୁ ଛାଡିଯାଇଛନ୍ତି ପୋଷ୍ଟ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଷ୍ଟରେ ସେ ଲେଖିଛନ୍ତି ହେ ଇଶ୍ୱର, ଏଭଳି ରୋଗ କାହାକୁ ନହେଉ । କୌଣସି ଶତ୍ରୁକୁ ଏଭଲି ଅବସ୍ଥା ଭୋଗିବାକୁ ନପଡୁ ।
ସୂଚନା ଥାଉକି ଗତ କିଛିଦିନ ହେବ ପୁଅର ଅସୁସ୍ଥତାକୁ ନେଇ ଚିନ୍ତାରେ ଥିଲେ ବିଜେପି ନେତା ସଞ୍ଜିବ ମିଶ୍ରା । ସେପଟେ ସଞ୍ଜୀବଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରେ ତାଙ୍କର ଜଣେ ସମ୍ପର୍କୀୟ ସଞ୍ଜିବଙ୍କ ଘରେ ପହଞ୍ଚିଥିଲେ । କବାଟ ବାଡେଇବା ପରେ ନଖୋଲିବାରୁ କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଆଉ ଯାହା ଦେଖିଥିଲେ ସେ ବାକ୍ଶୂନ୍ୟ ହୋଇପଡିଥିଲେ । ରୁମ ଭିତରେ ୪ଜଣ ଯାକ ଅଚେତ ହୋଇ ପଡିଥିବାର ଦେଖିଲେ । ଘଟଣାସ୍ଥଳରେ ହିଁ ୨ପୁଅଙ୍କର ମୃତ୍ୟୁ ହୋଇସାରିଥିବାବେଳେ ସ୍ୱାମୀ, ସ୍ତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହେଲେ ଚିକିତ୍ସା ମଧ୍ୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ।