ବିଜେପି ନେତାଙ୍କ ଦାବି- ଖୁବ୍ ଶୀଘ୍ର ଲାଲୁ ଯାଦବଙ୍କ ପରି ଜେଲ୍‌ରେ ଥିବେ ନୀତିଶ କୁମାର

Published By : Prameya-News7 Bureau | September 04, 2022 IST

ନୂଆଦିଲ୍ଲୀ: ଏନଡିଏ ସହ ସଂପର୍କ ଛିନ୍ନ କରି ରଜେଡି ସହ ସରକାର ଗଠନ ପରଠୁ ବିଜେପି ଏବଂ ନୀତିଶ କୁମାରଙ୍କ ମଧ୍ୟରେ ତିକ୍ତତା ଥମିବାର ନାଁ ନେଉନାହିଁ। ଜନତା ଦଳ ୟୁନାଇଟେଡର ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ବୈଠକରେ ନୀତିଶ କୁମାର ଭାରତୀୟ ଜନତା ପାର୍ଟି ୨୦୨୪ ସାଧାରଣ ନିର୍ବାଚନରେ ୫୦ ସିଟ୍‌କୁ ଖସି ଆସିବ ବୋଲି କହିଛନ୍ତି। ଏହାକୁ ନେଇ ବିଜେପି ପାଲଟା ଆକ୍ରମଣ କରିଛି। ଲାଲୁ ପ୍ରସାଦ ପରି ନୀତିଶ କୁମାର ଖୁବ୍ ଶୀଘ୍ର ଜେଲ୍‌ରେ ଥିବେ ବୋଲି ବିଜେପି ଦାବି କରିଛି।

ବିହାର ବିଧାନସଭାର ବିରୋଧୀ ଦଳ ନେତା ବିଜୟ କୁମାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଦୁର୍ନୀତିକୁ ନେଇ ନୀତିଶ କୁମାରଙ୍କ ଉପରେ ଟାର୍ଗେଟ୍ କରି କହିଛନ୍ତି, ନୀତିଶ କୁମାର ଲାଲୁଙ୍କ ପରି ଖୁବ୍ ଶୀଘ୍ର ଜେଲ୍‌ରେ ଥିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ଅଗଷ୍ଟ ୧୫ରେ ଦେଶକୁ ଦୁର୍ନୀତିମୁକ୍ତ କରିବେ ବୋଲି ଘୋଷଣା କରିଥିଲେ। ଦେଶବାସୀ ଭାରତକୁ ଦୁର୍ନୀତି ମୁକ୍ତ ଏବଂ ରାଜ୍ୟକୁ ଅପରାଧ ମୁକ୍ତ କରିବା ପାଇଁ ପ୍ରତିବଦ୍ଧ। ନୀତିଶ କୁମାର ନିଜର ପାପ ବିଷୟରେ ଜାଣିପାରିଲେଣି। ଏହାର ପରିଣାମ ସେ ଲାଲୁଙ୍କ ପରି ଜେଲ୍ ଯିବେ ବୋଲି ବିଜୟ କୁମାର କହିଛନ୍ତି।

ସେହିପରି ନୀତିଶ କୁମାରଙ୍କ ୫୦ ସିଟ୍‌ର ବୟାନକୁ ଖାରଜ କରି ସେ କହିଛନ୍ତି ନୀତିଶ କୁମାର ପିଲାଳିଆମୀ ପରି କଥା କହୁଛନ୍ତି। ଏହା ତାଙ୍କର ରାଜନୈତିକ ନିରାଶକୁ ଦର୍ଶାଉଛି। ଜେଡିୟୁ ବିଜେପି ସହଯୋଗରେ ୨୦୧୯ ସାଧାରଣ ନିର୍ବାଚନରେ  ୧୬ଟି ସିଟ୍ ଜିତିଥିବା ବେଳେ ୨୦୧୪ରେ ମାତ୍ର ୨ଟି ସିଟ୍ ଜିତି ପାରିଥିଲା। ନୀତିଶ କୁମାରଙ୍କ ନରେନ୍ଦ୍ର ମୋଦୀଙ୍କୁ  ପ୍ରତି ଦେଇଥିବା ବୟାନ ସୂର୍ଯ୍ୟକୁ ଦ୍ଵୀପ ଦେଖାଇବା ସହ ସମାନ।                                                                                                                                                                                                   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.