ବିଜେପି ନେତାଙ୍କ ଭାଇଙ୍କୁ ହତ୍ୟା ; ନଦୀ କୂଳରୁ ମିଳିଲା ମୃତଦେହ

Published By : Prameya-News7 Bureau | January 27, 2019 IST

ଗ୍ବାଲିୟର ୨୭|୧: ଗ୍ବାଲିୟରରେ ବିଜେପି ନେତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜଣାପଡିଛି । ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ମୃତକ ବିଜେପି ନେତା ନରେନ୍ଦ୍ର ରାଓ୍ବତଙ୍କ ଭାଇ ।

ସୂଚନା ଅନୁସାରେ ଗ୍ବାଲିୟରର ବେଲଗଢା ଥାନା ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ପାର୍ବତୀ ନଦୀ ପଲାଇଛା ବ୍ରିଜ୍ ତଳୁ ମିଳିଛି । ମୃତକ ଛତ୍ରପାଲ ସିଂହ ରାଓ୍ବତ (୩୫) । ଛତ୍ରପାଲ ସିଂହ ପୂର୍ବତନ ସରପଞ୍ଚ ଏବଂ ବିଜେପିର ଜିଲ୍ଲା ଗ୍ରାମୀଣ ମନ୍ତ୍ରୀ ନରେନ୍ଦ୍ର ରାଓ୍ବତଙ୍କ ଭାଇ ।

ପୋଲିସର ସୂଚନା ଅନୁସାରେ ଛତ୍ରପାଳ ସିଂହ ବସ୍ ରେ କଣ୍ଡକ୍ଟର ଭାବେ କାମ କରିବା ସହ ଚାଷବାସ କାମ ମଧ୍ୟ କରୁଥିଲେ । ଏହା ବ୍ୟତୀତ ଭାଇଙ୍କ ସହ ମିଶି ତାଙ୍କ କାମ ମଧ୍ୟ କରୁଥିଲେ । ସେ ଭିତରବାର ସ୍ଥିତ ତାଙ୍କ ଘରୁ କୌଣସି କାମରେ ଖେଣ୍ଡାଗାଓଁ ଯାଇଥିଲେ । ମାତ୍ର ସେଠାରୁ ସେ ଫେରିନଥିଲେ । ତାପର ଦିନ ସକାଳୁ ତାଙ୍କ ମୃତଦେହ ପଲାଇଛା ବ୍ରିଜ୍ ତଳୁ ମିଳିଥିଲା । ତାଙ୍କ ଶରୀରରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିବାର ଚିହ୍ନ ରହିଛି । ପୋଲିସ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ମେଡିକାଲ ପଠାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.