ବିଜେପି ନେତା ବିଜୟ ମହାପାତ୍ରଙ୍କ ଘରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Published By : Prameya-News7 Bureau | November 14, 2022 IST

ମାର୍ଶାଘାଇ ୧୪/୧୧: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଘରେ ଅଗ୍ନିକାଣ୍ଡ। କେନ୍ଦ୍ରାପଡ଼ା ତାଳ କୁଶୁମାରେ ଥିବା ତାଙ୍କ ପୈତୃକ ଘରେ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଅଗ୍ନିକାଣ୍ଡରେ ୪ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଛି। ବିଦ୍ୟୁତ ସର୍ଟ ସର୍କିଟରୁ  ଏପରି ଅଘଟଣ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ସମସ୍ତ ଆସବାବପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। କୋରୁଆ ଅଗ୍ନିଶମ ବାହିନୀ ଓ ଗାଁ ଲୋକମାନେ ନିଆଁକୁ ଆୟତ୍ତ କରିଥିଲେ। ବିଜୟ ମହାପାତ୍ର ଗାଁକୁ ଆସିଲେ ସେହି ଚାଳ ଘରେ ରହନ୍ତି ବୋଲି କୁହାଯାଇଛି।

{"id":709236,"width":421,"height":232,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.