ବିଜେଡିର ମିଶ୍ରଣ ପର୍ବ : ବିଜେପି ଛାଡି ବିଜେଡିରେ ଯୋଗଦେଲେ ଭବାନୀ ନାୟକ

Published By : Prameya-News7 Bureau | November 18, 2023 IST

ଭୁବନେଶ୍ବର ୧୮।୧୧: ବିଜେଡିରେ ଯୋଗଦେଲେ ବିଜେପି ନେତା ଭବାନୀ ନାୟକ । କେନ୍ଦୁଝର ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ହେଉଛନ୍ତି ଭବାନୀ ନାୟକ ।

୨୦୧୪ ଓ ୨୦୧୯ରେ ବିଜେପିରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଭବାନୀ ନାୟକ । ୨୦୧୯ରେ ୬୨ ହଜାର ୫୧୪ ଖଣ୍ଡ ଭୋଟ୍ ପାଇଥିଲେ । ୨୦୦୨ରୁ ୨୦୦୭ ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ଥିଲେ ।

ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ନିଜ ସମର୍ଥକଙ୍କ ଗହଣରେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେପିରେ ଅଣଦେଖା ହେବାରୁ ଦଳ ଛାଡ଼ି ବିଜେଡିରେ ମିଶିଥିବା ଭବାନୀ କହିଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଦଳୀୟ ପତାକା ପକାଇ ଦଳକୁ ସ୍ବାଗତ କରିବା ସହ ଦଳ ମଜବୁତ ହେବ ବୋଲି କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/president-droupadi-murmu-to-visit-sambalpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/president-droupadi-murmu-to-visit-sambalpur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.