ଆଇଏଏସ ଅଫିସରଙ୍କ ମିଛ ଦସ୍ତଖତ କରି ଋଣ ନେଇଥିଲେ, ବିଜେପି ନେତାଙ୍କୁ ଗିରଫ କଲା ପୋଲିସ
13/09/2022 at 10:12 PM

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରତାପଗଡରେ ଜାଲିଆତି ମାମଲାରେ ଜଣେ ବିଜେପି ନେତା ଗିରଫ । ନିଜ ଆଇଏଏସ ଭଣଜାଙ୍କ ଜାଲ ଦସ୍ତଖତ କରି ୧.୬୨ କୋଟି ଟଙ୍କା ଲୋନ କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ସୂଚନା ଅନୁସାରେ ଗିରଫ ବିଜେପି ନେତାଙ୍କ ନାଁ ରବି ପ୍ରତାପ ସିଂ। ସୋମବାର ସଂଧ୍ୟାରେ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ଏସପି ସତପାଳ ଅନ୍ତିଲ କହିଛନ୍ତି।
୨୦୨୦ ମସିହାରେ ଆଇଏଏସ ଅଫିସର ଅଭୟ ସିଂ ନିଜ ମାମୁଁ ରବି ପ୍ରତାପ ସିଂଙ୍କ ନାଁରେ ଜାଲିଆତି ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ । ନିଜ ଅଭିଯୋଗରେ ଅଭୟ ସିଂ କହିଥିଲେ, ତାଙ୍କ ଦସ୍ତଖତ ଜାଲିଆତି କରି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କରୁ ଋଣ କରିଛନ୍ତି ।
ତଦନ୍ତରେ ମିଛ ଖସ୍ତାକ୍ଷର କରାଯାଇଥିବା ସାମନାକୁ ଆସିଥିଲା । ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଯାଇଥିବା ପୋଲିସ ଏସପି ସତପାଳ ଅନ୍ତିଲ କହିଛନ୍ତି ।