ହନିଟ୍ରାପରେ ପଡି ଆତ୍ମହତ୍ୟା କରିଥିଲେ ବେଙ୍ଗାଲୁରୁ ବିଜେପି ନେତା ଅନନ୍ତରାଜୁ: ରିପୋର୍ଟ

Published By : Prameya-News7 Bureau | May 19, 2022 IST

ବେଙ୍ଗାଲୁରୁ ୧୯।୫:  ହିରୋହଲ୍ଲୀ ୱାର୍ଡର ବିଜେପି ନେତା ଅନନ୍ତ ରାଜୁ ଗତ ଗୁରୁବାର ଘର ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେ ଥାଇରୟଡ ସମସ୍ୟାରେ ପୀଡ଼ିତ ଥିଲେ ଏଣୁ ହୁଏତ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସେତେବେଳେ ତାଙ୍କ ଭାଇ ମନୋଜ କହିଥିଲେ। ତେବେ ସେ ହନିଟ୍ରାପରେ ପଡି ଆତ୍ମହତ୍ୟା କରିଥିବା ଏବେ ସନ୍ଦେହ କରାଯାଉଛି। ବ୍ୟାଦରହଲ୍ଲୀ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ତାଙ୍କ ପତ୍ନୀ ସୁମା ବି.କେ ଏକ ନୂଆ ଏତଲ୍ଲା ରୁଜୁ କରି ବିଧାୟକ ମହିଳାଙ୍କ ହନିଟ୍ରାପରେ ପଡି ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି।

ରେଖା ନାମ୍ନୀ ଜନୈକ ମହିଳା ଓ ତାଙ୍କ ସ୍ୱାମୀ ବିନୋଦ ଅନ୍ୟ ଜଣେ ମହିଳା ସ୍ପନ୍ଦନା ମିଶି ଅନନ୍ତରାଜୁଙ୍କୁ ନିୟମିତ ବ୍ଲାକ୍‌ମେଲ କରିବା ସହ ଟଙ୍କା ଦାବି କରୁଥିଲେ ବୋଲି ଅନନ୍ତରାଜୁଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। କୁହାଯାଉଛି କେ.ଆର. ପୁରମ ଏରିଆର ରେଖା ସୋସିଆଲ ମିଡିଆ ମାଧ୍ୟମରେ ବିଧାୟକଙ୍କ ସହ ସମ୍ପର୍କରେ ଥିଲେ। ଏଥିରେ ବିଧାୟକଙ୍କ ସହ ତାଙ୍କର କିଛି ଅନ୍ତରଙ୍ଗ ଫଟୋ ଓ ଭିଡିଓ ମହିଳା ହାସଲ କରିଥିବା ବେଳେ ଟଙ୍କା ପାଇଁ ସ୍ପନ୍ଦନା ବିଧାୟକଙ୍କୁ ନିୟମିତ ବ୍ଲାକମେଲ କରୁଥିଲେ।

ଅଭିଯୋଗ ଆଧାରରେ ପୋଲିସ ତଦନ୍ତର ମୋଡ ବଦଳାଇଥିବା ବେଳେ ରେଖା, ବିନୋଦ ଓ ସ୍ପନ୍ଦନା ଏବେ ଫେରାର ହୋଇଯାଇଛନ୍ତି। ପୋଲିସ ସୂଚନା ଅନୁସାରେ ୪୬ ବର୍ଷ ବୟଷ୍କ ଅନନ୍ତରାଜୁ ହିରୋହଲ୍ଲୀ ବିବିଏମପି ୱାର୍ଡନମ୍ବର ୭୨ରୁ ବିଜେପିରୁ ୨୦୧୦ ମସିହାରେ ନଗର ସେବକ ନିର୍ବାଚିତ ହୋଇଥିଲେ। ତେବେ ମହିଳାଙ୍କ ବ୍ଲାକମେଲର ଶିକାର ହୋଇ ବିଧାୟକ ଗତ ଗୁରୁବାର ତାଙ୍କ ବ୍ୟଦରହଲ୍ଲୀସ୍ଥିତ ବାସଭବନର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.