AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ବିଜେପି ନେତାଙ୍କ ଦାଦାଗିରି : ଏସ୍‌ପିଙ୍କ ସାର୍ଟ କଲର ଧରି ଝିଙ୍କିନେଲେ, ସମର୍ଥକଙ୍କ ଆଗରେ ମାଡ ମାରିଲେ

5/12/2020 at 1:19 PM

ଝାନସୀ,୦୫/୧୨:  ମଧ୍ୟପ୍ରଦେଶର ଝାନସୀରେ ଜଣେ ବିଜେପି ନେତାଙ୍କ ଦାଦାଗିରି ସାମ୍ନାକୁ ଆସିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବିଜେପି ନେତାଜଣଙ୍କ ମାଡ ମାରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରାଷ୍ଟ୍ରୀୟ ସମାଚାରର ରିପୋର୍ଟ ସୂଚନାନୁସାରେ, ଝାନସୀ ଜିଲ୍ଲାର ଏମଏଲସି ନିର୍ବାଚନ ପାଇଁ ମତଗଣନା ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି । ଏହି ସମୟରେ ବିଜେପି ନେତା ପ୍ରଦୀପ ସରାବଗୀ ଓ ଅନ୍ୟ କିଛି ନେତା ହାତାହାତି ହୋଇଥିଲେ । ଏପରିକି ସେଠାରେ ଉପସ୍ଥିତ ଥିବା ସିଟି ଏସପି ବିବେକ ତ୍ରିପାଠୀଙ୍କୁ ମାଡ ମାରିଥିଲେ ।

କୁହାଯାଉଛି ଯେ, ମତଗଣନା ଚାଲିଥିବା ବେଳେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଜିତିବାର ସମ୍ଭାବନା ଦେଖି କିଥି ବିଜେପି ନେତା ଭୋଟକେନ୍ଦ୍ରରେ ପହଁଚି ପୋଲିସ କର୍ମୀଙ୍କ ସହ ମାରପିଟ୍ କରିଥିଲେ । ଏହି ସମୟରେ ବିଜେପି ନେତା ପ୍ରଦୀପ ସିଟି ଏସପିଙ୍କ ସାର୍ଟ କଲର ଧରି ମାଡ ମାରିଥିଲେ ।   

   Related Posts