Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଚାଷୀଙ୍କ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଜାତୀୟ ରାଜପଥ ଅବରୋଧ, ରାସ୍ତାରେ ଅଟକି ରହିଲା ଶହ ଶହ ଗାଡ଼ି

1/07/2021 at 5:54 PM

ପାଟଣା, ୦୧/୦୭: କୃଷି ସମସ୍ୟାକୁ କେନ୍ଦ୍ର କରି କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ତରଫରୁ ଗୁରୁବାର ଦୁଇ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରାଯାଇଛି । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା  ୪୯ ନମ୍ବର ଜାତୀୟ ରାଜପଥର  ବାଉଁଶୁଳି ଛକ ଠାରେ ରାଜ୍ୟ ସରକାରଙ୍କ କୃଷି ମାରଣ ନୀତି ବିରୋଧରେ ମୋର୍ଚ୍ଚା ଏପରି ଅବରୋଧ କରିଥିବା ଜଣାପଡ଼ିଛି ।

ଟୋକନ ପାଇଥିବା ଚାଷୀଙ୍କର ଧାନ ମଣ୍ଡିରୁ ଧାନ ଉଠିବା, କେନ୍ଦୁଝର ଜିଲ୍ଲାକୁ ରବି ଫସଲରେ ସାମିଲ କରିବା, ବହୁ ପ୍ରତୀକ୍ଷିତ ରେଳ ସାର ରେକ ପଏଣ୍ଟ ପ୍ରତିଷ୍ଠା, କେନ୍ଦୁଝର ଜିଲ୍ଲାରେ ସାର ଓ ଧାନର ଅଭାବି ବିକ୍ରି ବିଷୟରେ ଆନ୍ଦୋଳନ ହୋଇଥିଲା। ରାସ୍ତା ଜାମରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ତଥା ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ, ଖିରେଇଟାଙ୍ଗିରି ମଣ୍ଡଳ ସଭାପତି ମହେନ୍ଦ୍ର ନାଏକ, ଉଖୁଣ୍ଡା ମଣ୍ଡଳ ସଭାପତି ଲକ୍ଷଣ କୁମାର ରାଉତ, ଖିରେଇଟାଙ୍ଗିରି ସରପଞ୍ଚ ବନୋଜ କୁମାର ନାୟକ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ କୁମାର ମହାନ୍ତି, ଯୁବ ନେତା ଅସିତ ନନ୍ଦନ ମହାନ୍ତି, ଚାଷୀ ନେତା ରାଜେଶ ମହାନ୍ତ, ରଇଦାସ ମହାନ୍ତ, ମଦନ ମହାନ୍ତ, ସୁଶାନ୍ତ ମହାନ୍ତଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହି ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାଜପଥ ଉପରେ ଗାଡି ମୋଟର ଚଳାଚଳ ବ୍ୟାହତ ହୋଇଥିଲା । ଫଳରେ ରାସ୍ତାରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା।

   Related Posts