oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଦୁଇ ଅଙ୍କ ଆସନ ଜିତିଲେ ଟ୍ୱିଟର ଛାଡିଦେବି’, ଚ୍ୟାଲେଞ୍ଜ୍ ଦେଲେ ପ୍ରଶାନ୍ତ କିଶୋର

21/12/2020 at 11:37 AM

କୋଲକାତା,୨୧/୧୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ରାଜନୀତି ସରଗରମ ରହିଛି । ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ମାସ ବାକି ଥିବା ବେଳେ ଏବେଠାରୁ ବିଜେପି ଓ ଟିଏମସି କସରତ ଆରମ୍ଭ କରିଦେଲେଣି । ଉଭୟ ଦଳ କେହି କାହାରିକୁ ଛାଡିବାକୁ ନାରାଜ । ଏହାମଧ୍ୟରେ ବୟାନ ବାଜି ମଧ୍ୟ ଜୋର୍ ଧରିଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ଗସ୍ତରେ ଟିଏମସରି ଅନେକ ଟାଣୁଆ ନେତା ତଥା ୮ ବିଧାୟର ପଦ୍ମ ଧରିଥିଲେ । ଆହୁରି ମଧ୍ୟ ଅନେକ ଟିଏମସି ନେତା ମମତା ବାନାର୍ଜୀଙ୍କ ହାତ ଛାଡି ବିଜେପିରେ ସାମିଲ ହେବାକୁ ଅନାଇ ବସିଛନ୍ତି । ଏହାମଧ୍ୟରେ ଟିଏମସି ଅଧ୍ୟକ୍ଷ ତଥା ମମତା ବାନାର୍ଜୀଙ୍କ ପରାମର୍ଶଦାତା ପ୍ରଶାନ୍ତ କିଶୋର ଟ୍ୱିଟ୍ କରିଛନ୍ତି ।

ସେ କହିଛନ୍ତି ଯେ, ଯଦି ବିଜେପି ଦୁଇ ଅଙ୍କ ଆସନ ଅତିକ୍ରମ କରେ ତେବେ ସେ ଟ୍ୱିଟର ଛାଡିଦେବେ । ସେ ସୋମବାର ଟ୍ୱିଟ୍ କରି କହିଛନ୍ତି ଯେ, ଗଣମାଧ୍ୟମର ଏକ ଗୋଷ୍ଠୀ ବିଜେପି ସମର୍ଥନରେ ମାହୋଲ ସୃଷ୍ଟି କରୁଛି । ଏଥିରୁ ସ୍ପଷ୍ଟ ଯେ ବିଜେପି ଦୁଇ ଅଙ୍କ ପାଇଁ ସଙ୍ଘର୍ଷ କରୁଛି । ଯଦି ବିଜେପି ପଶ୍ଚିମବଙ୍ଗରେ ଭଲ ପ୍ରଦର୍ଶନ କରେ ତେବେ ସେ ଟ୍ୱିଟର ଛାଡିଦେବେ ବୋଲି କହିଛନ୍ତି ।

   Related Posts