ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଓବୈସି ଶପଥ ନେବାବେଳେ ଜୟ ଶ୍ରୀରାମ ନାରାରେ କମ୍ପି ଉଠିଲା ସଂସଦ : ଜବାବରେ ସେ କହିଲେ ଅଲ୍ଲାହ-ହୁ-ଅକବର୍

18/06/2019 at 2:42 PM

ନୂଆଦିଲ୍ଲୀ ୧୮/୬ : ସଂସଦ ଅଧିବେଶନର ଦ୍ୱିତୀୟ ଦିନ ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସ୍ଲିମିନ ଅଧ୍ୟକ୍ଷ ଅସଦୁଦ୍ଦିନ ଓବୈସି ସାଂସଦ ପଦର ଶପଥ ନେଇଛନ୍ତି । ଅସଦୁଦ୍ଦିନ ଓବୈସି ଶପଥ ନେବା ସମୟରେ ଜୟ ଶ୍ରୀରାମ ନାରାରେ କମ୍ପି ଉଠିଥିଲା ସଂସଦ । ପ୍ରତିକ୍ରିୟାରେ ଓବୈସି କହିଥିଲେ ଭଲ ହେଲା “ମୋତେ ଦେଖି ଏମାନଙ୍କୁ ଏହି ଶବ୍ଦ ମନେ ପଡିଗଲା, ଭଲ ହୋଇଥାନ୍ତା ଏମାନେ ମୁଜଫ୍ଫରପୁରରେ ଶିଶୁଙ୍କ ମୃତ୍ୟୁକୁ ବି ମନେ ପକାନ୍ତେ”

ଆଜି ଓବୈସି ଯେମିତି ନିଜ ସିଟରୁ ଉଠି ଶପଥ ନେବା ପାଇଁ ଆସିଲେ, ବିଜେପି ଓ ତାର ସହଯୋଗୀ ଦଳର ସାଂସଦ ଜୟ ଶ୍ରୀରାମ, ଭାରତ ମାତା କି ଜୟ, ବନ୍ଦେ ମାତରମ୍ ନାରା ଦେଇଥିଲେ । ଜବାବରେ ଓବୈସି ମଧ୍ୟ ନିଜ ହାତ ଉପରକୁ ଉଠାଇ ଆହୁରି ଜୋରରେ ନାରା ଲଗାଇବା ପାଇଁ ଇଶାରା ଦେଇଥିଲେ । ଏହାପରେ ସେ ଶପଥ ନେଇଥିଲେ ଏବଂ ଜୟ ଭୀମ, ଜୟ ମିମ୍, ଅଲ୍ଲାହ-ହୁ-ଅକବର୍ ଓ ଜୟ ହିନ୍ଦ ନାରା ଲଗାଇଥିଲେ ।

ଓବୈସି ସର୍ବଦା ମୋଦି ସରକାରଙ୍କ ବିରୋଧରେ ବୟାନ ଦେଇଥାନ୍ତି । ରାମ ମନ୍ଦିର ପ୍ରସଙ୍ଗ, ତିନ ତଲାକ ମାମଲା ଏବଂ ଅନ୍ୟାନ୍ୟ ସମସ୍ତ ପ୍ରସଙ୍ଗରେ ସେ ମୋଦି ସରକାରଙ୍କୁ ଆକ୍ଷେପ କରିଥାନ୍ତି । ଏହାର ପ୍ରତିକ୍ରିୟା ଆଜି ଲୋକସଭାରେ ମଧ୍ୟ ଦେଖିବାକୁ ମିଳିଥିଲା ।

   Related Posts