ନୂଆଦିଲ୍ଲୀ ୧।୩: ଲୋକସଭା ନିର୍ବାଚନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରଥମ ପାର୍ଥୀ ତାଲିକା ଖୁବ୍ ଶୀଘ୍ର ଘୋଷଣା ହେବ। କୁହାଯାଉଛି ସାଧାରଣ ନିର୍ବାଚନ ନିମନ୍ତେ ବିଜେପି ପୁରା ଗଣିତ ତିଆରି କରିଛି। ଏବେ କେବଳ ପ୍ରାର୍ଥୀମାନଙ୍କ ନାମ ଘୋଷଣା ବାକି ରହିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଗୁରୁବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମାନସ ମନ୍ଥନ କରିଥିଲା। ଏଥିରେ ଦଳର ଶୀର୍ଷ ନେତାମାନେ ମଧ୍ୟ ଉପସ୍ଥିତ ଥିବା ବେଳେ କେତେକ ବିଜେପି ଶାସିତ ରାଜ୍ୟଙ୍କ ମୁଖ୍ୟମନ୍ତ୍ରୀ ମଧ୍ୟ ପହଞ୍ଚିଥିଲେ।
ବିଜେପି ସୂତ୍ରରୁ ମିଳୁଥିବା ସୂଚନାରେ ଜନତାଙ୍କଠୁ ନିଆଯାଇଥିବା ଫିଡବ୍ୟାକ୍, ଅନ୍ତରୀଣ ସର୍ଭେ ଓ ରଣନୈତିକ ଚର୍ଚ୍ଚା ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯାଇଛି। ଏଥିରେ ପାଖାପାଖି ୮୦ ଜଣ ସାଂସଦଙ୍କ ଟିକେଟ୍ ଉପରେ ସଂକଟ ଘନେଇଥିବା ଜଣାପଡିଛି। ଏଥର ପ୍ରାର୍ଥୀ ତାଲିକା ପ୍ରସ୍ତୁତିରି ‘ନମୋ’ ଆପ୍ ର ମଧ୍ୟ ଉପଯୋଗ କରାଯାଇଛି। ନମୋ ଆପରେ ଜନତାଙ୍କ ଫିଡବ୍ୟାକ୍ ଉପରେ ପୁରା ଧ୍ୟାନ ଦିଆଯାଇଛି ଓ ଏଠାରୁ ମିଳୁଥିବା ପ୍ରତିକ୍ରିୟା ସାଂସଦଙ୍କ ଭବିଷୟତ ନିର୍ଦ୍ଧାରଣ କରିବାରେ ବଡ଼ ଭୂମିକା ନିର୍ବାହ କରିଛି।
{"id":915742,"width":841,"height":473,"sizeSlug":"full","linkDestination":"none"}
ବିଜେପି ମୁଖ୍ୟାଳୟରେ ଗୁରୁବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ ଓ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ସମସ୍ତ ୫୪୩ ଆସନକୁ ନେଇ ଚର୍ଚ୍ଚା ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ଅଥବା ମେ ମାସରେ ସାଧାରଣ ନିର୍ବାଚନ ହୋଇପାରେ। ଏଣୁ ନିର୍ବାଚନ ଆୟୋଗ ଖୁବ୍ ଶୀଘ୍ର ଏ ନେଇ ଘୋଷଣା ମଧ୍ୟ କରି ପାରନ୍ତି। ବିଜେପି ଟିକେଟ ଦେବା ପାଇଁ ତୃଣମୂଳ ସ୍ତରକୁ ଯାଇ ସାଂସଦଙ୍କ ଫିଡବ୍ୟାକ୍ ସଂଗ୍ରହ କରିଛି। ଏଥି ପାଇଁ ନମୋ ଆପରେ ଲୋକଙ୍କୁ ନିଜ ସାଂସଦଙ୍କ ସମ୍ପର୍କରେ ରାୟ ଦେବା ପାଇଁ ବିକଳ୍ପ ଉପଲବ୍ଧ କରାଯାଇଥିଲା।
ବିଜେପି ଗତ ୨ ବର୍ଷ ହେଲା ନିଜ ସାଂସଦଙ୍କ ଫିଡବ୍ୟାକ୍ ନେଉଛି। ଏହା ଛଡା ଲୋକସଭା କ୍ଷେତ୍ରରେ ସୂଚନା ସଂଗ୍ରହ ନିମନ୍ତେ ସର୍ଭେ ଏଜେନ୍ସୀଙ୍କ ସହାୟତା ମଧ୍ୟ ନିଆଯାଇଛି। ସେହିପରି ମନ୍ତ୍ରୀମାନଙ୍କୁ ମଧ୍ୟ ସେମାନଙ୍କ ଲୋକସଭା ନିର୍ବାଚନମଣ୍ଡଳି ଗସ୍ତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଣୁ ମନ୍ତ୍ରୀଙ୍କଠୁ ମିଳିଥିବା ସୂଚନା, ସର୍ଭେଏଜେନ୍ସୀ ଦ୍ୱାରା ଏକତ୍ରିତ ତଥ୍ୟ, ନମୋ ଆପରୁ ମିଳିଥିବା ଫିଡବ୍ୟାକ୍ ଓ ରାଜ୍ୟ ଇଲେକ୍ସନ କମିଟି ସହିତ ଚର୍ଚ୍ଚା ପରେ ପ୍ରାର୍ଥୀଙ୍କ ନାମରେ ଚୂଡ଼ାନ୍ତ ମୋହର ଲଗାଯାଇଛି।
{"id":915743,"width":838,"height":552,"sizeSlug":"full","linkDestination":"none"}
ବିଜେପି କେବଳ ନିଜ ପାର୍ଟିରେ ନୁହେଁ ଅନ୍ୟ ପାର୍ଟି ପର୍ଯ୍ୟନ୍ତ ମଧ୍ୟ ନିଜର ପହଞ୍ଚ ବଢାଇଛି। ଏଣୁ ବିଜେପି ସ୍ପଷ୍ଟ କରିଛି ଯେ ଯେଉଁ ସାଂସଦଙ୍କ ପ୍ରଦର୍ଶନ ଭଲ ନାହିଁ ତାଙ୍କ ଟିକେଟ ବିନା କୌଣସି ବିଚାରରେ କାଟି ଦିଆଯିବ। ଏଣୁ ୮୦ରୁ ଅଧିକ ଆସନରେ ପୁରୁଣା ସାଂସଦଙ୍କ ସ୍ଥାନରେ ନୂଆ ଚେହେରା ଦେଖାଯାଇ ପାରନ୍ତି ବୋଲି ଏବେ ଅନୁମାନ କରାଯାଉଛି।