ବିଜେପି କହୁଛି ତେଲେଙ୍ଗାନାରେ ଆଉ ଏକ ଏକନାଥ ସିନ୍ଦେ ତିଆରି କରିବୁ, ମୁଖ୍ୟମନ୍ତ୍ରୀ କେସିଆର୍‌ କହିଲେ, ଯାହା କରିବା କଥା କର

Published By : Prameya-News7 Bureau | August 20, 2022 IST

ହାଇଦ୍ରାବାଦ: ମହାରାଷ୍ଟ୍ର ଭଳି ତେଲେଙ୍ଗାନାରେ ବି ସମାନ ସ୍ଥିତି କରିବାକୁ ଯୋଜନା କରୁଛି ବିଜେପି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କୁ ବିରୋଧରେ ବିଦ୍ରୋହ ସୃଷ୍ଟି କରି ଆଉ ଏକ ଏକନାଥ ସିନ୍ଦେ ଆଣିବ ବୋଲି ବିଜେପି କହୁଛି। ଜବାବରେ କେସିଆର୍‌ କହୁଛନ୍ତି ଯାହା କରୁଛ କର।

ବିଜେପି କଥାର ଜବାବ ରଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୧୪ରେ ମୋଦୀଙ୍କ ଶାସନରେ କୌଣସି ବର୍ଗର ବ୍ୟକ୍ତିଙ୍କୁ ଲାଭ ମିଳିପାରି ନାହିଁ। ବିଜେପି କହୁଛି ଯେ ତେଲେଙ୍ଗାନାରେ ମୋ ସରକାର ଭାଙ୍ଗିଦେବ। କିଏ ଏପରି କରିବ ? ତୁମେ କେବଳ ତୁମ ଗର୍ବରେ ରହି କହୁଛ ବୋଲି କେସିଆର କହିଛନ୍ତି।   

ଦକ୍ଷିଣ ଭାରତରେ ବିଜେପି ତାଙ୍କର ପ୍ରଭାବ ବିସ୍ତାର କରିବାକୁ ଜୋର ଲଗାଇଛି। ଏଥିପାଇଁ ଉକ୍ତ ରାଜ୍ୟଗୁଡ଼ିକରେ ବିରୋଧୀକୁ ଶାଣିତ ଆକ୍ରମଣ କରୁଛି। ତେଲେଙ୍ଗାନାରେ ଶାସକ ଦଳ ଟିଆର୍‌ଏସ୍ ଓ ବିଜେପି ମଧ୍ୟରେ କଡ଼ା ଟକ୍କାର ଜାରି ରହିଛି। ପରସ୍ପରକୁ ଘେରିବାରେ ଲାଗିଛନ୍ତି। ତେଲେଙ୍ଗାନା ବିଜେପି ନେତା ପରବର୍ତ୍ତି ନିର୍ବାଚନରେ ବିଜେପି ଜିତିବା ନେଇ ଦାବି କରୁଥିବା ବେଳେ ଟିଆର୍‌ଏସ୍‌ ହେଉଛି ପୁଣିଥରେ କ୍ଷମତାକୁ ଫେରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.