ମୂଳ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବିଜେପି ହିନ୍ଦୁ-ମୁସଲିମ ମଧ୍ୟରେ ଘୃଣାଭାବ ବଢାଇ ଚାଲିଛି: ରାହୁଲ
24/12/2022 at 8:32 PM

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଓ୍ଵାୟନାଡର ସାଂସଦ ରାହୁଲ ଗାନ୍ଧୀ ଶନିବାର ନୂଆଦିଲ୍ଲୀର ଲାଲକିଲ୍ଲାରେ ଭାରତ ଯୋଡୋ ଯାତ୍ରା ପହଞ୍ଚିବା ପରେ ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ଏହା ନରେନ୍ଦ୍ର ମୋଦୀ ସରକାର ନୁହେଁ। ଏହା ଅମ୍ବାନୀ ଏବଂ ଆଦାନୀ ସରକାର। ହିନ୍ଦୁ-ମୁସଲିମ ମଧ୍ୟରେ ଘୃଣାଭାବ ବଢାଇ ବାସ୍ତବ ପ୍ରସଙ୍ଗଠୁ ଲୋକଙ୍କ ଧ୍ୟାନକୁ ହଟାଇବାରେ ଲାଗିଛି ମୋଦୀ ସରକାର। ଆଜି ଡିଗ୍ରୀଧାରୀ ପକୁଡି ବିକ୍ରି କରୁଥିବା କହିଛନ୍ତି ରାହୁଲ ଗାନ୍ଧୀ।
ମୁଁ ଏ ପର୍ଯ୍ୟନ୍ତ ୨୮୦୦ କିମି ଯାତ୍ରା କରି ସାରିଲିଣି। ଏହି ଯାତ୍ରା ସମୟରେ ମୁଁ କୌଣସି ଘୃଣାକାରୀ ଲୋକଙ୍କୁ ଭେଟିନି। କିନ୍ତୁ ବିଜେପି ହିନ୍ଦୁ-ମୁସଲିମ ମଧ୍ୟରେ ଘୃଣାଭାବ ସର୍ବଦା ବଢାଇବାରେ ବ୍ୟସ୍ତ ରହିଛି। ଏହି ସମୟରେ ତାଙ୍କ ସହିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଭେଟେରାନ ଅଭିନେତା କମଲ ହାସନ ଏବଂ ନେତା ଲାଲକିଲ୍ଲାରେ ଉପସ୍ଥିତ ଥିବା ରାହୁଲ କହିଛନ୍ତି।
ରାହୁଲ କହିଛନ୍ତି, ଦେଶରେ ସେ ଏତେ ଶହ କିମି ଚାଲିବା ପରେ ବି କୌଣସିଠି ବି ଘୃଣା ଦେଖି ନାହିଁ। କିନ୍ତୁ ଆମ ଦେଶରେ ଟିଭି ନ୍ୟୁଜ୍ ଚ୍ୟାନେଲ ଗୁଡିକରେ ସର୍ବଦା ଘୃଣା ଉଦ୍ଵେକକାରୀ ଖବର ଦେଖିବାକୁ ପାଇବେ। ଏହି ଯାତ୍ରା ଲାଲକିଲ୍ଲା ନିକଟରେ ରାତ୍ରିଯାପନ କରିବ। କମଲ ହାସନ ଗାନ୍ଧୀଙ୍କ ଏହି ଭାରତ ଯୋଡୋ ଯାତ୍ରାରେ ଆଜି ସାମିଲ୍ ହୋଇଛନ୍ତି।
ରାହୁଲ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ମୋର ଛବି ଖରାପ ଏବଂ ମଳିନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ମୁଁ ଗତ କିଛି ମାସରେ ଦେଶର ସତ୍ୟତା କଣ ମୁଁ ତାହା ଦେଖି ଦେଇଛି। ମୋର ଅନୁରୋଧ କଂଗ୍ରେସର ସମର୍ଥକ ସମଗ୍ର ଦେଶରେ ଭଲ ପାଇବା ବାଣ୍ଟନ୍ତୁ।
ଆଜିର ଭାରତ ଯୋଡୋ ଯାତ୍ରାରେ ସକାଳେ ଗାନ୍ଧୀ ପରିବାର ଏକାଠି ଚାଲିଛନ୍ତି। ଏଥିରେ ରାହୁଲ ଗାନ୍ଧୀଙ୍କ ସହ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ତାଙ୍କ ଝିଅ, ତାଙ୍କ ଝିଅ ଏବଂ ନାତି ନାତୁଣୀ ଯାତ୍ରାରେ ସାମିଲ୍ ଥିଲେ। ଦ୍ଵିତୀୟ ଥର ଭାରତ ଯୋଡୋ ଯାତ୍ରାରେ ଗାନ୍ଧୀ ପରିବାର ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି।