ବଡ଼ ଧରଣର ପରିବର୍ତ୍ତନ ପ୍ରସ୍ତୁତିରେ ବିଜେପି, ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କୁ ମିଳିବ ନୂଆ ଦାୟିତ୍ୱ

Published By : Prameya-News7 Bureau | June 28, 2023 IST

ନୂଆଦିଲ୍ଲୀ ୨୮।୬: ଆଗାମୀ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ନିମନ୍ତେ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି କ୍ରମରେ ଖୁବ୍ ଶୀଘ୍ର ବିଜେପିର ସଙ୍ଗଠନାତ୍ମକ ପରିବର୍ତ୍ତନ ହୋଇପାରେ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ଏହା ଛଡା ଗୁଜରାଟ ଓ କର୍ଣ୍ଣାଟକ ସମେତ ୩ ରାଜ୍ୟରେ ନୂଆ ପ୍ରଦେଶ ସଭାପତିଙ୍କ ଘୋଷଣା ମଧ୍ୟ ହୋଇପାରେ।

{"id":809679,"sizeSlug":"full","linkDestination":"none"}

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ବିଜେପିରେ ପରିବର୍ତ୍ତନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳର ଜାତୀୟ ସଭାପତି ଜେ.ପି.ନଡ୍ଡା ଓ ବିଜେପି ସଙ୍ଗଠନ ସମ୍ପାଦକ ବି.ଏଲ. ସନ୍ତୋଷ ଅନେକ ପର୍ଯ୍ୟାୟ ବୈଠକ କରିଛନ୍ତି। ଏବେ ଏହି ପରିବର୍ତ୍ତନ ଉପରେ ପ୍ରଧାନମନ୍ତ୍ରୀଙ୍କ ମୋହର ଲାଗିବା କେବଳ ବାକି ଅଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଜୁନ ୩୦ ତାରିଖ ପୂର୍ବରୁ କେବେବି ଏହି ପରିବର୍ତ୍ତନର ଘୋଷଣା ହୋଇଯାଇପାରେ।

{"id":809680,"sizeSlug":"full","linkDestination":"none"}

କେବଳ ଏତିକି ନୁହେଁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇପାରେ। ଯଦି ମନ୍ତ୍ରୀମଣ୍ଡଳରେ କୌଣସି ପରିବର୍ତ୍ତନ ହୁଏ ତେବେ ଏହା ମୌସୁମୀ ଅଧିବେଶନ ପୂର୍ବରୁ ହେବ ବୋଲି ଅନୁମାନ କରାଯାଉଛି। ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୭ରୁ ଆରମ୍ଭ ହୋଇପାରେ, ଯାହା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ସଂସଦର ମୌସୁମୀ ଅଧିବେଶନ କେବେ ହେବ ତାହା ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ନିଷ୍ପତ୍ତି ନେବେ। ଆଗାମୀ କିଛି ଦିନ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସିସିପିଏ ବୈଠକ ହୋଇପାରେ।   

ବିଶ୍ବର ଟପ୍ ୧୫୦ ଶିକ୍ଷାନୁଷ୍ଠାନ ମଧ୍ୟରେ IIT ବମ୍ବେ, କ୍ବିଏସ୍ ଓ୍ବାର୍ଲ୍ଡ ୟୁନିଭରସିଟି ରାଙ୍କିଂରେ ମିଳିଛି ୧୪୯ତମ ସ୍ଥାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.