ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଗୁଜରାଟରେ ୨୭ ବର୍ଷ ରହିଲାଣି ବିଜେପି, ଏଥର କେତେ ଲୋକ ଚାହୁଁଛନ୍ତି ପରିବର୍ତ୍ତନ ? ସର୍ଭେରୁ ମିଳିଲା ଚକିତ କରିବା ଭଳି ଉତ୍ତର

4/11/2022 at 11:33 PM

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ମାତ୍ରେ ଓପିନିୟନ ପୋଲ୍‌ ଆରମ୍ଭ ହୋଇ ଯାଇଛି। ଏଥର ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୁଜରାଟ ବିଧାନସଭା ନିର୍ବାଚନରେ ହେବ ତ୍ରିମୁଖୀ ଲଢେଇ। ମଇଦାନରେ ବିଜେପି, କଂଗ୍ରେସ ଏବଂ ଆପ୍। ଏବେ ସର୍ଭେରେ ପ୍ରଶ୍ନ କରାଯାଇଛି ଯେ, କଣ ଆପଣ ସରକାର ବଦଳାଇବାକୁ ଚାହାନ୍ତି ? ଏହା ଉପରେ ଗୁଜରାଟବାସୀ ଚକିତ କରିବା ଭଳି ଜବାବ ଦେଇଛନ୍ତି। ରାଜ୍ୟର ୪୩ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଅଛନ୍ତି ଏବଂ ସରକାର ବଦଳାଇବାକୁ ଚାହୁଁଥିବା ସର୍ଭେରୁ ଜଣା ପଡିଛି। ଅନ୍ୟପକ୍ଷେ ୩୪ ପ୍ରତିଶତ ଲୋକ ସରକାର ବଦଳାଇବାକୁ ଚାହାନ୍ତି ନାହିଁ। ବାକି ୨୩ ପ୍ରତିଶତ ଜନତା ନା ଅସନ୍ତୁଷ୍ଟ ନା ସରକାର ବଦଳାଇବାକୁ ଚାହାନ୍ତି। ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ପାର୍ଟି ନିଜର ଅଣ୍ଟା ଭିଡିଛନ୍ତି।

ଏବିପି-ସି ଭୋଟର ସର୍ଭେ ଅନୁଯାୟୀ, ରାଜ୍ୟରେ ବିଜେପିକୁ ମୋଟ୍ ୧୮୨ ଆସନରୁ ୧୩୧-୧୩୯ ଆସନ ମିଳିପାରେ।  ୨୦୦୨ ବିଧାନସଭା ନିର୍ବାଚନରେ ବିଜେପି ହିନ୍ଦୁତ୍ଵ ଲହରରେ ୧୨୭ ଆସନ ଜିତିଥିଲା। ଅର୍ଥାତ ବିଜେପି ନିଜର ପୂର୍ବ ରେକର୍ଡ ଭାଙ୍ଗିପାରେ। ଗତ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିବା କଂଗ୍ରେସ ଏଥର ୩୧ରୁ ୩୯ ଆସନ ଜିତିପାରେ।

ଗୁଜରାଟ ବିଧାନସଭା ନିର୍ବାଚନ ୨୦୧୭ରେ ବିଜେପି ୧୮୨ ଆସନରୁ ୯୯ ସିଟ୍ ଜିତିଥିଲା। କଂଗ୍ରେସ ଗେରୁଆ ଦଳକୁ କଡା ଟକ୍କର ଦେଇ ୭୭ ଆସନ ହାତେଇଥିଲା। ରାଜ୍ୟରେ ଡିସେମ୍ବର ୧ ଏବଂ ଡିସେମ୍ବର ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ।

   Related Posts