Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

‘ଦେଶର ଅପମାନ କରିଛନ୍ତି, ଗୃହରେ କ୍ଷମା ମାଗନ୍ତୁ’, ଲଣ୍ଡନରେ ଦେଇଥିବା ବୟାନକୁ ନେଇ ରାହୁଲଙ୍କ ଉପରେ ବର୍ଷିଲେ ରାଜନାଥ ସିଂହ

13/03/2023 at 1:58 PM

ନୂଆଦିଲ୍ଲୀ, ୧୩/୦୩: ଲଣ୍ଡନରେ ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ବୟାନକୁ ନେଇ ଲୋକସଭା ଏବଂ ରାଜ୍ୟସଭାରେ ହଙ୍ଗାମା ଦେଖିବାକୁ ମିଳିଛି। ବିଜେପି ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ଦାବି କରିଛି ରାହୁଲ ଗାନ୍ଧୀଙ୍କୁ ଦେଶବାସୀ ଏବଂ ସଦନରେ କ୍ଷମା ମାଗିବା ଦରକାର। ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ରାଜନାଥ ସିଂହ ଏବଂ ପିୟୂଷ ଗୋଏଲଙ୍କ ଭଳି ବରିଷ୍ଠ ନେତା।

ଲୋକସଭାରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ‘ଏହି ଗୃହରେ ରାହୁଲ ଗାନ୍ଧୀ ଭାରତର ଅପମାନ କରିଛନ୍ତି। ମୁଁ ଦାବି କରୁଛି ଯେ ତାଙ୍କର ବୟାନକୁ ଏହି ସଦନର ସବୁ ସଦସ୍ୟଙ୍କ ଦ୍ବାରା ନିନ୍ଦା କରାଯିବା ଦରକାର ଏବଂ ତାଙ୍କୁ ସଦନ ସାମ୍ନାରେ କ୍ଷମା ମାଗିବା ପାଇଁ କୁହାଯିବା ଦରକାର।

ସେହିପରି ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ପିୟୂ​‌ଷ ଗୋଏଲ କହିଛନ୍ତି ‘ ଜଣେ ବିରୋଧୀ ନେତା ବିଦେଶ ଯାଇ ଭାରତର ଲୋକତନ୍ତ୍ର ଉପ​‌ରେ‌ ଆକ୍ରମଣ କରୁଛନ୍ତି। ସେହି ନେତା ଭାରତ ଏବଂ ସଂସଦର ଅପମାନ କରିଛନ୍ତି। ଭାରତରେ କହିବାର ସ୍ବାଧୀନତା ଅଛି ଏବଂ ସଦନରେ ସାଂସଦ କହିପାରିବେ। ରାହୁଲ ଗାନ୍ଧୀଙ୍କୁ ଗୃହକୁ ଆସି କ୍ଷମା ମାଗିବା ଦରକାର। ଆମର ଦାବି ରହଛି ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ।’ ତେବେ ଏହି ପ୍ରସଙ୍ଗରେ ହଙ୍ଗାମା ଯୋଗୁଁ ଲୋକସଭା ଏବଂ ରାଜ୍ୟସଭାର ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

   Related Posts