scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନିଶ୍ଚିତତା ଜାରି, ଜେ.ପି.ନଡ୍ଡାଙ୍କୁ ଭେଟିଲେ ବାବା ବାଲକ ନାଥ

8/12/2023 at 9:21 PM

ନୂଆଦିଲ୍ଲୀ ୮।୧୨: ରାଜସ୍ଥାନରେ ବମ୍ପର ବିଜୟ ହାସଲ କରିଛି ବିଜେପି, ହେଲେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଟଳିନି ଅନିଶ୍ଚିତତା। କୁହାଯାଉଛି ମୁଖ୍ୟମନ୍ତ୍ରୀ ପଦକୁ ନେଇ ବସୁନ୍ଧରା ରାଜେ ଓ ବିଜେପି କେନ୍ଦ୍ରୀୟ ନେତୃତ୍ୱ ମଧ୍ୟରେ ମତପାର୍ଥକ୍ୟ ରହିଛି। ଏଥିରେ ବିଜେପିର ତିଜାରା ସିଟ୍‌ରୁ ବିଧାୟକ ତଥା ପାର୍ଟିର ପୂର୍ବତନ ସାଂସଦ ବାବା ବାଲକ ନାଥ ଶୁକ୍ରବାର ଦିଲ୍ଲୀ ଆସି ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନା ରାଜସ୍ଥାନ ରାଜନୀତିରେ ଏବେ ହଲଚଲ ସୃଷ୍ଟି କରିଛି।

ବାବା ବାଲକ ନାଥ ରାଜସ୍ଥାନର ଅଲୱର ଆସନରୁ ଲୋକସଭା ସାଂସଦ ଥିଲେ। ବିଜେପି ତାଙ୍କୁ ରାଜସ୍ଥାନ ବିଧାନସଭା ନିର୍ବାଚନରେ ତିଜାରା ଆସନରୁ ପ୍ରାର୍ଥୀ କରିଥିଲା। ଏହି ଆସନରୁ ସେ ନିର୍ବାଚିତ ହୋଇ ବିଧାୟକ ହୋଇଛନ୍ତି। ବିଜୟ ପରଠାରୁ ବାବା ବାଲକ ନାଥ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ମଜଭୁତ ଦାବିଦାର ପାଲଟିଛନ୍ତି। କୁହାଯାଉଥିଲା ବାଲକ ନାଥ ମୁଖ୍ୟମନ୍ତ୍ରୀ ଦଉଡରୁ ଦୂରେଇ ଯାଇଛନ୍ତି। ହେଲେ ସାଂସଦ ପଦରୁ ଇସ୍ତଫା ଦେବା ପରଠାରୁ ତାଙ୍କ ନାମ ପୁଣି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ତାଲିକାରେ ଯୋଡି ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ପଦବୀ ଲାଗି ଦାବି ନେଇ ବାବା ବାଲକ ନାଥ ପାର୍ଟି ତାଙ୍କୁ ଯାହା ବି ଦାୟିତ୍ୱ ଦେବ ତାହାକୁ ସେ ତୁଲେଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆକଳନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଗୁରୁବାର ଜେ.ପି.ନଡ୍ଡାଙ୍କୁ ଭେଟିଥିଲେ। ଦିନ ତମାମ ସେ ବିଜେପି ଶୀର୍ଷନେତାଙ୍କୁ ଭେଟିବା ଲାଗି ଉଦ୍ୟମ କରୁଥିଲେ ହେଲେ ତାଙ୍କ ଉଦ୍ୟମ ବିଫଳ ହୋଇଥିଲା। ତେବେ ରାତିରେ ସେ ନଡ୍ଡାଙ୍କୁ ଭେଟି ପାରିଥିଲେ।

କୁହାଯାଉଛି ବସୁନ୍ଧରାଙ୍କ ଲାଗି ଦୁଷ୍ୟନ୍ତ ସିଂହଙ୍କ ଉପରେ ବିଧାୟକଙ୍କ ଘେରାବନ୍ଦୀ ଅଭିଯୋଗ ହେଉଥିଲା। ତେବେ ନଡ୍ଡାଙ୍କୁ ଭେଟି ବସୁନ୍ଧରା ଏହାର ସମାଧାନ କରିଦେଇଛନ୍ତି। ରାଜସ୍ଥାନରେ ଜାରି ରାଜନୈତିକ ଉଠାପକା ମଧ୍ୟରେ ବିଜେପି ରାଜ୍ୟ ନିମନ୍ତେ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିନୋଦ ତାୱଡେ ଓ ସରୋଜ  ପାଣ୍ଡେଙ୍କୁ ରାଜ୍ୟ ପର୍ଯ୍ୟବେକ୍ଷ କରାଯାଇଛି। ପର୍ଯ୍ୟବେକ୍ଷକ ଦଳଙ୍କୁ ଶୁକ୍ରବାର ରାଜସ୍ଥାନ ପଠାଯାଇଛି। ଏଥିରୁ ରାଜସ୍ଥାନ ବିଜେପି ବିଧାୟକ ଦଳ ବୈଠକ ୯ ଅଥବା ୧୦ ଡିସେମ୍ବରରେ ହୋଇପାରେ ବୋଲି ଆକଳନ କରାଯାଉଛି। ଏହି ବୈଠକରେ ଦଳର ନେତାଙ୍କ ନାମରେ ମୋହର ଲାଗିବ। 

ହିନ୍ଦୀ ହାର୍ଟଲ୍ୟାଣ୍ଡ ୩ ରାଜ୍ୟରେ ଶୀଘ୍ର ମୁଖ୍ୟମନ୍ତ୍ରୀ ଚୟନ; ପର୍ଯ୍ୟବେକ୍ଷକଙ୍କ ନାଁ ଘୋଷଣା କଲା ବିଜେପି

   Related Posts