ଲୋକସଭାରେ ସବୁ ବିଜେପି ସାଂସଦଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ, ପୁଣି କୌଣସି ବଡ଼ ନିଷ୍ପତ୍ତି  ନେଇପାରନ୍ତି ମୋଦି ସରକାର

Published By : Prameya-News7 Bureau | December 07, 2023 IST

ନୂଆଦିଲ୍ଲୀ ୭।୧୨: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ପରଠାରୁ ଲୋକସଭା ଓ ରାଜ୍ୟସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ବୁଧବାର ଦିନ ଲୋକସଭାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ଜମ୍ମୁ ଓ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଧେୟକ ୨୦୨୩ ଓ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଧେୟକ ୨୦୨୩ ଉପରେ ଆଲୋଚନା ହୋଇଥିଲା। ଏଥିରେ ଏବେ ଖବର ଆସୁଛି ବିଜେପି ପୁଣି ଥରେ ସଂସଦରେ କୌଣସି ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ଏଥି ଲାଗି ପାର୍ଟିର ସାଂସଦଙ୍କୁ ବାର୍ତ୍ତାମଧ୍ୟ ପଠାଇ ଦିଆଯାଇଛି।

{"id":879960,"sizeSlug":"full","linkDestination":"none"}

ବିଜେପି ଲୋକସଭାରେ ନିଜର ସବୁ ସାଂସଦଙ୍କୁ ୮ ଡିସେମ୍ବର ଶୁକ୍ରବାର ସଂସଦରେ ଉପସ୍ଥିତ ରହିବା ପାଇଁ ଲାଇନ ହ୍ୱିପ୍ ଜାରି କରିଛି। ଯଦି ସୂତ୍ରକୁ ବିଶ୍ୱାସ କରାଯାଏ ତେବେ ଏହି ହ୍ୱିପ୍‌ କୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଖବରରୁ ଜଣାପଡୁଛି ଡିସେମ୍ବର ୮ ତାରିଖ ଦିନ କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ଲୋକସଭାରେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ବିଧାୟୀ କାର୍ଯ୍ୟ ଉପରେ ଚର୍ଚ୍ଚା ହୋଇପାରେ। ଏହି ସମୟରେ ସଦନରେ ସରକାରଙ୍କୁ ସମର୍ଥନ ଲାଗି ସାଂସଦଙ୍କୁ ହ୍ୱିପ୍‌ ଜାରି କରାଯାଇଛି।

wp:html /wp:html

ସଂସଦରେ ବୁଧବାର ଅଣାଯାଇଥିବା ଜମ୍ମୁ ଓ କାଶ୍ମୀର ଆରକ୍ଷଣ (ସଂଶୋଧନ) ବିଧେୟକ ୨୦୨୩ ଓ ରାଜ୍ୟପୁନର୍ଗଠନ ବିଧେୟକ ୨୦୨୩ ଉପରେ ଆଲୋଚନା ହୋଇଥିଲା। ପ୍ରଥମ ବିଧେୟକରେ ଜମ୍ମୁ-କାଶ୍ମୀର ବିଧାନସଭାରେ ପ୍ରବାସୀ କାଶ୍ମୀର ଓ ପିଓକେ ବିସ୍ଥାପିତଙ୍କ ନିମନ୍ତେ ୩ଟି ଆସନ ସଂରକ୍ଷଣ କରିବା ପାଇଁ କୁହାଯାଇଛି। ଦ୍ୱିତୀୟ ବିଧେୟକରେ ବଞ୍ଚିତ ଏବଂ ଓବିସି ବର୍ଗଙ୍କ ନିମନ୍ତେ ସଂରକ୍ଷଣର କଥା କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୩ ଆସନ ମଧ୍ୟରୁ ଗୋଟିଏ  ମହିଳା ଓ ଗୋଟିଏ ପିଓକେ ବିସ୍ଥାପିତଙ୍କନିମନ୍ତେ ସଂରକ୍ଷଣ କରାଯିବ।

NCERTର ପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ହେବକି? ରାଜ୍ୟସଭାରେ ଉତ୍ତର ରଖିଲା ଶିକ୍ଷା ମନ୍ତ୍ରାଳୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.