୨୦୨୧-୨୨  ରେ ବିଜେପିକୁ ମିଳିଛି ଏତିକି ଚାନ୍ଦା, କଂଗ୍ରେସକୁ ମିଳିଛି...

Published By : Prameya-News7 Bureau | November 30, 2022 IST

ନୂଆଦିଲ୍ଳୀ, ୨୯/୧୧: ଆର୍ଥିକ ବର୍ଷ ୨୦୨୧-୨୨ ରେ ଶାସନରେ ଥବା ବିଜେପିକୁ ଚାନ୍ଦା ଆକାରରେ ୬୧୪.୫୩ କୋଟି ଟଙ୍କା ମିଳିଛି। ଯାହା ବିରୋଧୀ କଂଗ୍ରେସକୁ ମିଳିଥିବା ରାଶିଠାରୁ ଛଅ ଗୁଣା ଅଧିକ। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, କଂଗ୍ରେସକୁ ଏହି ଅବଧିରେ ୯୫.୪୬ କୋଟି ଟଙ୍କା ଚାନ୍ଦା ମିଳିଛି।

ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗରେ ଶାସନ ଗାଦିରେ ଥିବା ତୃଣମୂଳ କଂଗ୍ରେସକୁ ଏହି ଆର୍ଥିକ ବର୍ଷରେ ଚାନ୍ଦା ଆକାରରେ ୪୩ ଲକ୍ଷ ଟଙ୍କା ମିଳିଛି। ସେହିପରି କେରଳ ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ ଭାକପାକୁ ୧୦.୦୫ କୋଟି ଟଙ୍କା ମିଳିଛି। ଏହି ଚାରି ରାଷ୍ଟ୍ରୀୟ ଦଳମାନେ ନିକଟରେ ନିର୍ବାଚନ ଆୟୋଗଙ୍କୁ ମିଳିଥିବା ଚାନ୍ଦାର ତଥ୍ୟ ଦେଇଥିଲେ ଯାହାକୁ ମଙ୍ଗଳବାର ସାର୍ବଜନୀନ କରାଯାଇଛି।

ସୂଚନାଯୋଗ୍ୟ, ୨୦୨୦-୨୧ ରେ ବିଜେପିକୁ ୪୭୭ କୋଟିର ଚାନ୍ଦା ମିଳିଥିଲା। ସେତେବେଳେ ମଧ୍ୟ ଏହା କଂଗ୍ରେସକୁ ମିଳିଥିବା ୭୪ କୋଟିର ୬  ଗୁଣାରୁ ଅଧିକ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.