ସମ୍ବଲପୁରରେ ପଣ୍ଡା ଇନ୍ଫ୍ରା ଦ୍ବାରା ନିର୍ମାଣାଧୀନ ଫ୍ଲାଏ ଓଭରରୁ ଲୁହାଖଣ୍ଡ ପଡ଼ି ବାଇକ୍ ଆରୋହୀ ଆହତ ଘଟଣା : ଜିଲ୍ଲାପାଳଙ୍କ ଅଫିସ ଘେରିଲା ବିଜେପି

Published By : Prameya-News7 Bureau | January 23, 2019 IST

ସମ୍ବଲପୁର୨୩|୧: ସମ୍ବଲପୁରରେ ପଣ୍ଡା ଇନ୍‌ଫ୍ରା ଦ୍ବାରା ନିର୍ମାଣାଧୀନ ପ୍ଲାଏ ଓଭରରୁ ଲୁହାଖଣ୍ଡ ପଡ଼ି ଆହତ ହୋଇଥିବା ବାଇକ୍‌ ଆରୋହୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ବୁର୍ଲା ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଏପର୍ଯ୍ୟନ୍ତ ପଣ୍ଡା ଇନ୍‌ଫ୍ରା ବିରୋଧର କୌଣସି ମାମଲା ଦାୟର ହୋଇନି । ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ଘେରିଛି ବିଜେପି । ହେଲେ ଜିଲ୍ଲାପାଳ କହୁଛନ୍ତି  ସ୍ଥିତି ସମୀକ୍ଷା ପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଚିନ୍ତା କରିବେ । …..

{"id":77317}

ନିର୍ମାଣାଧୀନ ଫ୍ଲାଏ ଓଭରରୁ ଲୁହାଖଣ୍ଡ ଖସିଲା । ଆହତ ହେଲେ ରାସ୍ତାରେ ଯାଉଥିବା ଜଣେ ବାଇକ୍‌ ଆରୋହୀ । ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ହେଲେ ପଥଚାରୀଙ୍କ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଅବହେଳା କରି ସମ୍ବଲପୁରରେ ଫାଏଓଭର କାମ କରୁଥିବା ପଣ୍ଡା ଇନ୍‌ଫ୍ରା ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ଜିଲ୍ଲା ପ୍ରଶାସନ । ପଣ୍ଡା କମ୍ପାନୀ ପ୍ରତି ପ୍ରଶାସନର ଏଭଳି ଅନୁକମ୍ପା ବିରୋଧରେ ରାସ୍ତାକୁ ଓହ୍ଲାଇଥିଲା ବିଜେପି । ଆହତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଓ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲା ।

ସେପଟେ ଜିଲ୍ଲାପାଳଙ୍କ ସଫେଇ ହେଲା ଦୁର୍ଘଟଣା ପରେ ପଣ୍ଡା ଇନ୍‌ଫ୍ରାର ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି । ପଥଚାରୀଙ୍କ ସୁରକ୍ଷା ଓ ନିର୍ମାଣକାମ ଅଗ୍ରଗତି ସମ୍ପର୍କରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ପଣ୍ଡା ଇନ୍‌ଫ୍ରା କମ୍ପାନୀ ମ୍ୟାନେଜର, ଅତିରିକ୍ତ ଏସପିଙ୍କ ସହ କଥାବାର୍ତ୍ତା ହୋଇଛି । ସ୍ଥିତି ସମୀକ୍ଷା ପରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଚିନ୍ତା କରାଯିବ ।

{"id":77316}

ଭୁବନେଶ୍ବରରେ ଫ୍ଲାଏ ଓଭର ଟ୍ରାଜେଡି ପରେ ବ୍ଲାକ୍‌ ଲିଷ୍ଟେଡ୍‌ ହୋଇଥିବା ପଣ୍ଡା ଇନ୍‌ଫ୍ରାକୁ କେମିତି ପୁଣି ସମ୍ବଲପୁରରେ ଫ୍ଲାଏ ଓଭର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି ? ଏବେ ପୁଣି କମ୍ପାନୀର ଅବହେଳା ପାଇଁ ଆଉ ଜଣେ ସାଧାରଣ ପଥଚାରୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଛି, ଏଥି ପାଇଁ କାହିଁକି କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବନି ? 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.