ପିଇଓ ସ୍ମୀତାରାଣୀ ମୃତ୍ୟୁ ଘଟଣା - ମହିଳା କମିଶନ କହିଲେ ପୁଲିସ ତଦନ୍ତରେ ସେ ସନ୍ତୁଷ୍ଟ ନାହାନ୍ତି, ବିଜେପି ପକ୍ଷରୁ ମହିଳା କମିଶନ କାର୍ଯ୍ୟାଳୟ ଘେରାଉ

Published By : Prameya-News7 Bureau | October 28, 2019 IST

ଭୁବନେଶ୍ୱର ୨୮।୧୦ -  ପିଇଓ ସ୍ମୀତାରାଣୀ ମୃତ୍ୟୁ ଘଟଣାରେ ବିଜେପି ଆଜି ମହିଳା କମିଶନ କାର୍ଯ୍ୟାଳୟ ଘେରାଉ କରିଛି।  ସେପଟେ ଖୋଦ ମହିଳା କମିଶନ ତଦନ୍ତ ପ୍ରକ୍ରିୟା ଉପରେ ଅଙ୍ଗୁଳି ଉଠାଇଛନ୍ତି। ସେଥିପାଇଁ ସେ ଘଟଣାର କ୍ରାଇବ୍ରାଞ୍ଚ ତଦନ୍ତ ଲାଗି ସୁପାରିଶ କରିଛନ୍ତି ବୋଲି କହିଛନ୍ତି। ଏପରିକି ମୃତକଙ୍କ ଉଦ୍ଦେଶ୍ୟରେ ଏସପିଙ୍କ ବୟାନକୁ ମଧ୍ୟ ସେ ନାପସନ୍ଦ କହିଛନ୍ତି। 

{"id":176125}

ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ତଦନ୍ତକୁ ନେଇ ପ୍ରଶ୍ନବାଚୀ । ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ ମହିଳା କମିଶନ ଅଧ୍ୟକ୍ଷା। ଆଉ ଏହେଉଛି ରାଜଧାନୀର ଦୃଶ୍ୟ । ସ୍ମୀତାରାଣୀଙ୍କ ହତ୍ୟା ଘଟଣାରେ ମହିଳା କମିଶନଙ୍କ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି ।ପୋଲିସ ପରି ମହିଳା କମିଶନ ତଦନ୍ତରେ ଅବହେଳା ଅଭିଯୋଗ କରି ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା ମହିଳା କମିଶନଙ୍କ କାର୍ଯ୍ୟାଳୟ ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି। ବିକ୍ଷୋଭ କାରୀଙ୍କୁ ଗିରଫ କରିବାକୁ ପୋଲିସକୁ ବେଶ ନାକେଦନ ହେବାକୁ ପଡିଥିଲା । ଶାସକ ଦଳକୁ ସୁରକ୍ଷା ଦେବାଲାଗି ମହିଳା କମିଶନ ତଦନ୍ତ ରିପୋର୍ଟ ଦେଇଥିବା ଅଭିଯୋଗ କରିଛି ବିଜେପି । ସେପଟେ ଜବାବ ରଖିଛି ବିଜେଡି ।

{"id":176126}

ମହିଳା କମିଶନଙ୍କ ତଦନ୍ତକୁ ନେଇ ପ୍ରଶ୍ନ  ଉଠିଥିବା ବେଳେ ଖୋଦ ମିହିଳା କମିଶନ କିନ୍ତୁ ପୋଲିସ ତଦନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି ।କମିଶନ କହିଛନ୍ତି ସ୍ମୀତାରାଣୀଙ୍କ ମୃତ୍ୟୁ ଘଟଣାରେ ଦୁଇ ଥର ତଦନ୍ତ ହୋଇଛି । ତଦନ୍ତରେ ସନ୍ଦେହ ରହିବାରୁ ପୋଲିସକୁ ରିପୋର୍ଟ ମଗାଯାଇଛି । ଏହା ସହ ଘଟଣାର କ୍ରାଇବ୍ରାଞ୍ଚ ତଦନ୍ତ ପାଇଁ ସୁପାରିଶ ହୋଇଛି । ସେପଟେ ମୃତ ମହିଳାଙ୍କ ଚରିତ୍ରକୁ ନେଇ ଏସପି ଯେପରି ମନ୍ତବ୍ୟ ଦେଲେ ତାହା ଠିକ ନୁହେଁ ବୋଲି କମିଶନ କହିଛନ୍ତି ।

{"id":176127}

ସ୍ମୀତାରାଣୀଙ୍କ ମୃତ୍ୟୁକୁ ୧୩ ଦିନ ବିତିଥିଲେ ବି ଏଯାଏଁ ଖୋଲିନି ରହସ୍ୟ । ଏହି ମାମଲାକୁ ନେଇ ରାଜନୀତି ଯୋର ଧରୁଛି । ଆଉ ଏଭଳି ସ୍ଥିତିରେ ପୋଲିସ ତଦନ୍ତକୁ ନେଇ ମହିଳା କମିଶନ ପ୍ରଶ୍ନ ଉଠାଇବା ଘଟଣାକୁ ଆହୁରୀ ବିବାଦୀୟ କରିଛି । ଭୁବନେଶ୍ବରରୁ କ୍ୟାମେରା ପର୍ସନ ସୁବୋଧଙ୍କ ସହ ଅନିରୁଦ୍ଧ ମିଶ୍ର ଓ ପ୍ରଶାନ୍ତ ସ୍ବାଇଁ ନ୍ୟୁଜ ସେଭେନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.